ମୌନିଙ୍କୁ ମିଳିଲା ସପନର ରାଜା ! ଦୁବାଇ ବ୍ୟାଙ୍କର୍ ସୁରଜ ନାମ୍ବିଆରଙ୍କୁ କରିବେ ବିବାହ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧ : ସୋସିଆଲ୍ ମିଡିଆରେ, ଲୋକ ପ୍ରିୟ ଅଭିନେତ୍ରୀ ମୌନି ରାୟ ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ଅନୁଯାଇ ,ମୌନି ଖୁବ ଶୀଘ୍ର ଦୁବାଇରେ ରହୁଥିବା ବ୍ୟାଙ୍କର୍ ସୁରଜ ନାମ୍ବିଆରଙ୍କ  ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୌନି ଓ  ସୁରଜ ଗତ କିଛି ଦିନ ଧରି ପରସ୍ପରଙ୍କୁ ଡେଟ୍ କରୁଥିଲେ ଏବଂ ସେମାନଙ୍କ ସମ୍ପର୍କର ଏକ ନୂତନ ନାମ ଦେବାକୁ ଯାଉଛନ୍ତି। 

{"id":394147,"sizeSlug":"large","linkDestination":"none"}

ମୌନି ରାୟ ଲକଡାଉନ୍ ଆରମ୍ଭରୁ ଦୁବାଇରେ ରହୁଥିଲେ। ଅଭିନେତ୍ରୀ ପ୍ରାୟତଃ ଫ୍ୟାନ୍ସ ମାନଙ୍କ ସହ  ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରିଥାନ୍ତି। ଗତ କିଛିଦିନ ତଳେ ନିଜର ରିଲେସନସିପ୍ କୁ ଅଫିସିଆଲ କରି ନାମ୍ବିଆର ଏବଂ ତାଙ୍କ ପରିବାରଙ୍କ ସହ କିଛି ଫୋଟୋ ସେୟାର କରିବା ସହ ନାମ୍ବିଆରଙ୍କ ବାପା-ମା' ଙ୍କୁ ସେ ମମି-ପାପା କହି ସମ୍ବୋଧିତ କରିଥିଲେ। 

{"id":394145,"sizeSlug":"large","linkDestination":"none"}

ସୂଚନା ଅନୁସରେ,ମୌନି ଏବଂ ସୁରଜ ଦୁଇଜଣ ବିବାହ ପାଇଁ ଯୋଜନା କରୁଛନ୍ତି। ମୌନିଙ୍କର, ସୁରଜଙ୍କ ବାପା-ମା' ଙ୍କ ସହ ସମ୍ପର୍କ ଟିକିଏ ଅଦ୍ଭୁତ।

ମୌନି ଖୁବ ଶୀଘ୍ର ଫିଲ୍ମ 'ବ୍ରହ୍ମାସ୍ତ୍ର' ରେ ନଜରକୁ ଆସିବେ। ଏହି ଫିଲ୍ମରେ ମୌନିଙ୍କ ବ୍ୟତୀତ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଅମିତାଭ ବଚ୍ଚନ ମଧ୍ୟ ନଜର କୁ ଆସିବେ। ଏହି ଫିଲ୍ମ ରେ ଆୟାନ ମୁଖାର୍ଜୀ ନିର୍ଦେଶନା ଦେଇଛନ୍ତି। ଫିଲ୍ମ ରେ ମୌନି ଖଳନାୟିକା ଭୂମିକାରେ ଅଭିନୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.