ମୌନି-ସୁରଜଙ୍କର ହେବ ନାହିଁ ଗ୍ରାଣ୍ଡ ରିସେପ୍ସନ ପାର୍ଟି, ବିବାହରେ ସାମିଲ ହେବେ କେବଳ ୫୦ ଅତିଥି

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧ : ବଲିଉଡ୍‌ରେ ଚଳିତ ଆରମ୍ଭ ହୋଇଯାଇଛି ବିବାହର ଋତୁ । ଯାହାକୁ ଦେଖିବ ଟେଲି ଦୁନିଆରୁ ଆରମ୍ଭ କରି ବଲିଉଡ୍‌ ଯାଏ ବିବାହ କରିବାରେ ଲାଗିଛନ୍ତି। ବହୁ ନାମୀଦାମୀ କଳାକାରଙ୍କ ବିବାହ ହୋଇ ସାରିଥିବା ବେଳେ ଆହୁରି ଅନେକ ବିବାହ ବାକି ରହିଛି । ସେଥିମଧ୍ୟରୁ ଏବେ ଆଗଧାଡିର ନାୟିକା ମୌନି ରୟ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହେଲେ ଏବେ ତାଙ୍କର ଅତିଥିଙ୍କ ଲିଷ୍ଟ କମିବା ସହ ଗ୍ରାଣ୍ଡ ପାର୍ଟି ମଧ୍ୟ ହେବ ନାହିଁ ବୋଲି କହିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ଏବେ ଶୁଣିବାକୁ ମିଳୁଛି କି ମୌନି-ସୁରଜ ଦୁହିଁଙ୍କ ବିବାହରେ ୫୦ ଅତିଥି ହିଁ ଆସିବେ ତା ଠାରୁ ଅଧିକ ଆସିବେ ନାହିଁ । କିନ୍ତୁ ଦୁହିଁଙ୍କର ଯେଉଁ ଗ୍ରାଣ୍ଡ ରିସେପସନ ହେବାର ଥିଲା ତାହା ଏବେ କ୍ୟାନସେଲ୍‌ ହୋଇଛି ବୋଲି କୁହାଯାଉଛି। କାହିଁକି ନା ବର୍ତ୍ତମାନ ଲଗାତାର ଦେଶରେ ବଡୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନେ ରିସେପସନ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଠିକ୍‌ ହେବ ବୋଲି ଭାବିଛନ୍ତି ।

ଅନ୍ୟପଟେ ଦୁହିଁ ବିବାହ ନେଇ ତାଙ୍କ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । ତାଙ୍କ ବିବାହ ଯେତେ ପାଖଉଛି ପ୍ରସ୍ତୁତି ମଧ୍ୟ ଖୁବ୍‌ ଜୋରସୋରରେ ଚାଲିଛି । ମୌନି ଓ ସୁରଜଙ୍କର ଗୋଆରେ ବିବାହ କରିବେ । ଯେଉଁଥି ପାଇଁ ଦୁହିଁଙ୍କ ବିବାହକୁ ଗୋଆ ବିଚ୍‌ ବିବାହ କୁହାଯାଉଛି । ଜାନୁୟାରୀ ୨୬ରେ ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ବେଳେ ୨୭ରେ ଦୁହିଁଙ୍କର ବଙ୍ଗାଳୀ ଓ ସାଉଥ ରୀତିନୀତିରେ ହାତ ଗଣ୍ଠି ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.