ଯୁବତୀଙ୍କୁ ଯୌନ ନିର୍ଯାତନା ସହ ଲୁହା ରଡ୍‌ରେ ଦେଉଥିଲା ଚେଙ୍କ, ଗିରଫ ହେଲା ଅଭିଯୁକ୍ତ ମୌଲବୀ

Published By : Prameya-News7 Bureau | December 17, 2019 IST

ଫତେହପୁର ୧୭।୧୨: ମହିଳାମାନଙ୍କ ଉପରେ ନିର୍ଯାତନା ଘଟଣା କମିବାରେ ନାଁ ନେଉନାହିଁ । ପ୍ରତି ଦିନ କିଛି ନା କିଛି ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି । ବିହାରରେ ଯୌନ ନିର୍ଯାତନା ମାମଲାରେ ମୌଲବୀକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ପୀଡିତା ଜଣଙ୍କ ଅଭିଯୁକ୍ତଙ୍କ ଘରେ କାମ କରୁଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ରହାବରେ ଇସଲାମ୍ ପରଭେଜ୍ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମୌଲବୀ ରହାବରେ ଇସଲାମ୍ ପରଭେଜ୍ ପୀଡିତାଙ୍କୁ ଯୌନ ନିର୍ଯାତନା ଦେବା ସହ ଲୁହା ରଡ୍ ରେ ମଧ୍ୟ ଚେଙ୍କ ଦେଉଥିଲେ । ପୋଲିସ ମୌଲବୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କହିଛି ।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ଫତେହପୁରରେ ୧୮ବର୍ଷ ବୟସ୍କ ଯୁବତୀଙ୍କ ସହ ଦୁଷ୍କର୍ମ ପରେ ନିଆଁରେ ପୋଡିଦେବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ହୁସେନଗଞ୍ଜ ଥାନା ଅଞ୍ଚଳରେ ୧୮ବର୍ଷ ବୟସ୍କା ଯୁବତୀ ଘରେ ଏକା ଥିବାର ସୁଯୋଗ ନେଇ ତାଙ୍କ ଦାଦା ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ଘର ଭିତରେ ଯୁବତୀ ଜଣଙ୍କୁ କିରୋସିନି ଢାଳି ନିଆଁ ଲଗାଇଦେଇଥିଲା ଅଭିଯୁକ୍ତ । ନିଆଁ ଲଗାଇବା ପରେ ଘରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ନିଆଁ ଲାଗିଥିବା ଦେଇ ଯୁବତୀଙ୍କ ମା’ ଏବଂ ତାଙ୍କ ପଡୋଶୀ ଯୁବତୀଙ୍କ ନିକଟକୁ ଆସି ନିଆଁ ଲିଭାଇଥିଲେ । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କାନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ତର୍ଜାତୀୟ ମହିଳା କମିଶନ ସଦସ୍ୟ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ଭେଟିଥିଲେ । ପୀଡିତାଙ୍କ ପରିବାରଲୋକଙ୍କ ସହ ମଧ୍ୟ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ପୀଡିତାହ୍କ ଶରୀରର ୯୦ପ୍ରତିଶତ ଜଳିଯାଇଥିବା ବେଳେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୀଡିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.