ସାର୍ ନା ସୈତାନ ! ୯ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ କରି ମୌଲାନା ଫେରାର

Published By : Prameya-News7 Bureau | December 08, 2020 IST

କାସଗଞ୍ଜ ୮/୧୨: ଜନପଦ କାସଗଞ୍ଜରେ ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ଲଜ୍ଜିତ କରିଦେବା ଭଳି ଘଟଣା ଘଟିଛି। ଏଠାରେ ୯ବର୍ଷର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଛି। ଘଟଣାର ଅଭିଯୁକ୍ତ ମୌଲାନା ଫେରାର ହୋଇଯାଇଛି। ବର୍ତ୍ତମାନ ପୋଲିସ୍ ପୀଡ଼ିତା ଛାତ୍ରୀଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଛି ଏବଂ ପୀଡ଼ିତାଙ୍କ ପରିବାରର ବୟାନରେ ଅଭିଯୁକ୍ତ ମୌଲାନାଙ୍କ ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ କରି ମୌଲାନାକୁ ଖୋଜିବା ଆରମ୍ଭ କରି ଦେଇଛି।

କୁହାଯାଉଛି ଯେ ଏହି ପୀଡ଼ିତା ଛାତ୍ରୀ ପ୍ରତିଦିନ ବଡ୍ଡୁ ନଗରର ମୌଲାନା ମୁସ୍ତକିମର ଘରକୁ ପଢ଼ିବାକୁ ଯାଉଥିଲେ। ଛାତ୍ରୀକୁ ପଢ଼ାଉଥିବାବେଳେ ତା’ର କୁଦୃଷ୍ଟି ପୀଡ଼ିତାଙ୍କ ଉପରେ ପଡ଼ିଥିଲା। ସବୁ ସୀମା ଟପି ମୌଲାନା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେ ମୌଲାନା ସମ୍ମୁଖରେ କାନ୍ଦି ବିକଳ ହୋଇଥିଲା କିନ୍ତୁ ମୌଲାନା କିଛି ନଶୁଣି ଦୁଷ୍କର୍ମ କରିଥିଲା। ଛାତ୍ରୀ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କଥା କହିଥିଲା।

ପୀଡ଼ିତାଠୁ ସବୁ କଥା ଶୁଣି ମାଆ ଝିଅର ନ୍ୟାୟ ପାଇଁ ଥାନାକୁ ପହଞ୍ଚିଥିଲେ। ଅଭିଯୁକ୍ତ ଘଟଣା ପରଠୁ ଫେରାର ରହିଛି। ପୋଲିସ୍ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମୌଲାନାକୁ ଖୋଜା ଚାଲିଛି। ଅଭିଯୁକ୍ତ ବିରୋଧରେ ୩୭୬ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ତାକୁ ବହୁତ ଶୀଘ୍ର ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.