ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି, ଘର ଆଗରେ ତାଲିସି ବେଳେ ଗାଡ଼ିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା

Published By : Prameya-News7 Bureau | September 22, 2021 IST

ମାଲକାନଗିରି, ୨୨/୦୯: ଭିଜିଲାନ୍ସ ଜାଲରେ ମାଲ୍‌କାନଗିରି ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ । ମୋଟୁରୁ ଏକ ଏରିଟ୍‌ଜା କାର୍‌ ଯୋଗେ ଫୁଲନଖରା ସ୍ଥିତ ଘରକୁ ଆସୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା । ଫୁଲନଖାରା ଛକ ନିକଟସ୍ଥ ଘର ଆଗରେ ଗାଡ଼ି ତଲାସି କରାଯିବାରୁ ସେଥିରୁ ପାଖାପାଖି ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଯାହାକୁ ନେଇ ସେଇ ସନ୍ତୁଷ୍ଟି ମୂଳକ ଉତ୍ତର ରଖିପାରିନଥିଲେ ।

ଏହି କାରଟି ତାଙ୍କ ସମ୍ପର୍କୀୟ ମିହିର ସାହୁଙ୍କ ନାମରେ ରେଜିଷ୍ଟର ହୋଇଥିବା ଜଣାପଡ଼ିଛି । ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ଅଧିକ ତଦନ୍ତ କରୁଥିବା ବେଳେ ମୋଟୁରେ ଥିବା ତାଙ୍କର ବାସଭବନ ଏବଂ କଟକ ସ୍ଥିତ ଦୁଇଟି ଘର ଉପରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.