ଆମିଷ ଦର ଧାର୍ଯ୍ୟକଲା ପ୍ରଶାସନ: କିଲୋ ପିଚ୍ଛା ଛେଳିମାଂସ ୫୦୦ ଏବଂ ମାଛ ୧୩୦ଟଙ୍କା, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 06, 2019 IST

ଜୟପୁର ୬|୬: ଜୟପୁର ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ସମସ୍ତ ଆମିଷର  ଦର ଧାର୍ଯ୍ୟ କରାଯାଇଛି।ସହରରେ ଆମିଷ ସାମଗ୍ରୀର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହା ଉପରେ ପ୍ରଶାସନର ନିୟନ୍ତ୍ରଣ ରହୁନଥିଲା।ଫଳରେ ଜୟପୁର ଆଖପାଖ ଅଂଚଳରେ ଆମିଷ ସାମଗ୍ରୀ କମ ଦରରେ ବିକ୍ରି ହେଉଥିବା ବେଳେ ଜୟପୁରରେ ଏହା ବ୍ୟବସାୟୀ ମାନେ ମନ ଇଛା ଚଢା ଦରରେ ବିକ୍ରି କରୁଥିଲେ।ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ ଆଜି ସମସ୍ତ ଆମିଷ ବ୍ୟବସାୟୀଙ୍କ ବୈଠକ ଡାକି ଜୟପୁର ଉପଜିଲ୍ଲାପାଳ ଏହି ଦର ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ଦରଠାରୁ ଯେଉଁ ବ୍ୟବସାୟୀ ଅଧିକ ଦରରେ ବିକ୍ରି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୟପୁର ଉପଜିଲ୍ଲାପାଳ।

{"id":120413,"width":587,"height":430}

ଜୟପୁରରେ ମନ ଇଛା ଚଢା ଦରରେ ବିକ୍ରି ହେଉଥିବା ଆମିଷ ସାମଗ୍ରୀ ଉପରେ ରୋକ ଲଗାଇଲା ଉପଖଣ୍ଡ ପ୍ରଶାସନ।ଏଣିକି ସହର ଓ ଏହାର ଆଖପାଖ ଅଂଚଳରେ ଛେଳି ମାଂସ କିଲୋ ପ୍ରତି ୫୦୦ ଟଂକା ,ବ୍ରୟଲର କୁକୁଡା ମାଂସ ବିନା ଚମଡାରେ ୧୮୦ ଟଂକା,ଚମଡା ସହ ୧୬୦ ଟଂକା ଓ ମାଛ କିଲୋ ପିଛା ୧୩୦ ଟଂକାରେ ବିକ୍ରି କରିବାକୁ ସମସ୍ତ ଆମିଷ ବ୍ୟବସାୟୀଙ୍କୁ ନିର୍ଦେଶ ଦେଇଛନ୍ତି ଜୟପୁର ଉପଜିଲ୍ଲାପାଳ।

{"id":120414}

ଏହା ସହ ସମସ୍ତ ବ୍ୟବସାୟୀ ନିଜେ ଦୋକାନ ସାମ୍ନାରେ ଏହି ଦର ତାଲିକା ପ୍ରକାଶ କରିବାକୁ କହିଛନ୍ତି।ଏହାର ଖୀଲାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଚେତାବନୀ ଦେଇଛନ୍ତି।ଦିନକୁ ଦିନ ଜୟପୁର ସହର ଓ ଏହାର ଆଖପାଖ ଅଂଚଳରେ ଆମିଷ ବ୍ୟବସାୟୀ ମାନେ ମନ ଇଛା ଚଢା ଦରରେ ଆମିଷ ବିକ୍ରି କରୁଥିଲା।

{"id":120415}

ଛେଳି ମାଂସ  କିଲୋ ୬୫୦ ଟଂକା,ମାଛ ୨୦୦ ଟଂକା,ବ୍ରୟଲରୁ କୁକୁଡା ମାଂସ କିଲୋ ପିଛା ୨୨୦ ଟଂକାରେ ବିକ୍ରି ହେଉଥିବା ସହରର ବୁଦ୍ଧିଜୀବୀ ମାନେ ଉପଜିଲ୍ଲାପଙ୍କ ନିକଟରେ ଅଭିଯୋଗ କରିଥିଲେ।ଏପରିକି ଜୟପୁର ସହରର ଆଖପାଖ ଗାଁରେ ଆମିଷ କମ ଦରରେ ବିକ୍ରି ହେଉଥିବା ବେଳେ ସହରର ବ୍ୟବସାୟୀ ମାନେ ଚଢା ଦରରେ ବିକ୍ରି କରୁଥିବା ବି ଅଭିଯୋଗ ହୋଇଥିଲା।

{"id":120416}

ସେପଟେ ସହରର ବିଭିନ୍ନ ସ୍ଥାନରେ ମନଇଛା ଆମିଷ ଦୋକାନ ଖୋଲା ଯାଉଛି।ସହରରେ ସ୍ଲଟର ହାଉସ ଥିଲେ ବି ରାସ୍ତା କଡରେ ଛେଳି ଓ କୁକୁଡା କଟା ଯାଉଛି।ଆଉ ଏସବୁ ପ୍ରତି ପ୍ରଶାସନର ଧ୍ୟାନ ନାହିଁ। କଟା ଯାଉଥିବା ଛେଳି ଓ କୁକୁଡା ମାଂସ ପରୀକ୍ଷା କରି ଏଥିରେ ଭେଟେନାରୀ ବିଭାଗ ତରଫରୁ ସିଲ ମରାଯିବା କଥା।ହେଲେ ଏହା ବି ହେଉନି।ତେବେ ଆଶ୍ଚର୍ଯ୍ୟର କଥା ସହରରେ କେତୋଟି ସ୍ଲଟର ହାଉସ ଅଛି ଏହା ଭେଟେନାରୀ ଅଫସର ବି ଜାଣି ନାହାଁନ୍ତି।

{"id":120417,"width":572,"height":418}

ଆଉ ଏହାକୁ ନେଇ ବୈଠକରେ ପୌର ସ୍ବାସ୍ଥ୍ୟ ଅଧିକାରୀ ଓ ଭେଟେନାରୀ ଅଫସର ମୁହାଁମୁହିଁ ହୋଇଥିଲେ।ପରଷ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ବି ଲଗାଇଥିଲେ।ତେବେ ସହରରେ ଯେଉଁମାନେ ବେଆଇନ ଭାବେ ଛେଳି ଓ କୁକୁଡା କଟୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ହୋଇଛି।ପ୍ରଶାସନର ଏପରି ଉଦ୍ୟମକୁ ସହରବାସୀ ପ୍ରଶଂସା କରିଛନ୍ତି।

{"id":120418,"width":577,"height":418}

କେବଳ ଆଇନ କରି ଦେଲେ ହେବନି।ପୂର୍ବରୁ ବି ଏପରି ବୈଠକ ବହୁବାର ହୋଇଥିବା ବେଳେ ବ୍ୟବସାୟୀ ମାନେ ମନଇଛା ଦରରେ ଆମିଷ ବିକ୍ରି କରା ଆସୁଛନ୍ତି।ତେବେ ପ୍ରଶାସନର ନିଷ୍ପତ୍ତି କଡାକଡା କାର୍ଯ୍ୟକାରୀ କରିବା ସହ ଖିଲାଫକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଲେ ହିଁ ସାଧାରଣ ଖାଉଟି ଏଥିରୁ ଲାଭ ପାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.