ମାତ୍ର ଏତିକି ଟଙ୍କାରେ ମିଳିବ, ୩ ରିଅର ଆକ୍ସନ କ୍ୟାମେରା, ୪ଜିବି ରାମ ୧୨୮ମେମୋରୀ ଥିବା ମୋଟୋରଲା ଓ୍ୱାନ ଆକ୍ସନ ମୋବାଇଲ୍‌

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ - ଭାରତରେ ନୂଆ ମୋଟୋରଲା ଫୋନର ବିକ୍ରି ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ । ଏବେ ମୋଟୋରଲା ଏକ ବଜେଟ୍‌ ଫୋନ୍‌ ଲଞ୍ଚ କରୁଛି । ମୋଟୋରଲା ଓ୍ୱାନ ଆକ୍ସନ ନାମକ ଏହି ଫୋନ୍‌ରେ ୪ଜିବି ରାମ ସହ ୧୨୮ ଜିବି ରମ୍‌ ବା ମେମୋରୀ ରହିଛି । ଏହା ୧୧୭ ଡିଗ୍ରୀ ଅଲଟ୍ରା ଓ୍ୱାଇଡ୍‌ ଆଙ୍ଗେଲ୍‌ ଆକ୍ସନ କ୍ୟାମେରା ରହିଛି । ଏହା ଅତି ସ୍ୱଚ୍ଛ ଓ ଉଚ୍ଚକୋଟୀର ଭିଡିଓ ଉତ୍ତୋଳନ କରିବ ।

ମୋଟୋରଲା  ଓ୍ୱାନ ଆକ୍ସନ ମୋବାଇଲ୍‌ରେ ୨୧:୯ ରେସିଓର ସିନେମା ଭିଜନ୍‌ ଡିସପ୍ଲେ ରହିଛି ।

ଏହି ମୋବାଇଲ୍  ଭାରତରେ ମାତ୍ର ୧୩,୯୯୯ ଟଙ୍କରେ ଉପଲବ୍ଧ ହେବ ଏଥିରେ ୪ ଜିବି ରାମ୍ ଓ ୧୨୮ ଜିବି ରମ୍‌ ବା ମେମୋରୀ ରହିଛି ।

{"id":148243}

ଅଗଷ୍ଟମାସ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ । ଫ୍ଲିପକାର୍ଟରେ ଏହାର ଅନ୍‌ଲାଇନ୍‌ ବିକ୍ରି କରାଯିବ ।

ମୋଟୋରଲା  ଓ୍ୱାନ ଆକ୍ସନ ମୋବାଇଲ୍‌ କିଣିଲେ ୨,୨୦୦ ଟଙ୍କାର ଜିଓ ଇଷ୍ଟାଣ୍ଟ କ୍ୟାଶ ବ୍ୟାକ ମିଳିବ । ଏହା ସହ ୧୨୮ ଜିବି ଜିଓ ଅତିରିକ୍ତ ଡାଟା ବି ମିଳିବ ।

ପ୍ରଥମେ ଡେନିମ ବ୍ଲୁ ଓ ହର୍ଲ ହ୍ୱାଇଟ୍‌ ଏହି ଦୁଇଟି ରଙ୍ଗରେ ମୋବାଇଲ ଫୋନ୍‌ ଉପଲବ୍ଧ ହେବ ।

ମୋଟୋରଲା  ଓ୍ୱାନ ଆକ୍ସନ ମୋବାଇଲ୍‌ର ବିଶେଷତ୍ତ୍ୱ

ଏଥିରେ ଡୁଆଲ୍‌ ନାନୋ ସିମ୍‌ ପଡିବାର ବ୍ୟବସ୍ଥା ରହିଛି ।

ଏଣ୍ଡ୍ରଏଡ୍‌ ୯ ପାଇ ଅପରେଟିଙ୍ଗ ସଫ୍ଟ ଓ୍ୱାରରେ ଏହା ଚାଲିବ ।

ଏଥିରେ ଆଣ୍ଡ୍ରଏଡ୍‌ ୧୦ ଓ ୧୧ ଅପ୍‌ଡେଟ୍‌ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହାର ଡିସପ୍ଲେ ୧୦୮୦x ୨୫୨୦ ଆଇପିଏସ୍‌ ସିନେମା ଭିଜନ ଡିସପ୍ଲେ

ଏଥିରେ ସାମସଙ୍ଗ ଏକ୍ସିନାଂସ ୯୬୦୯ ପ୍ରୋସେସର ରହିଛି ।

ଏଥିରେ ମାଲି ଜି ୭୨ ଏମ୍‌ପି୩ ଜିପିୟୁ ଓ ୪ ଜିବି ରାମ୍‌ ରହିଛି ।

ମୋଟୋରଲା  ଓ୍ୱାନ ଆକ୍ସନ ମୋବାଇଲ୍‌ରେ ତିନୋଟି ରିଅର କ୍ୟାମେରା ରହିଛି ।

ମୋଟୋରଲା  ଓ୍ୱାନ ଆକ୍ସନ ମୋବାଇଲ୍‌ରେ ୧୨୮ ଜିବି ମେମୋରୀ ରହିଛି । ୪ଜି ଏଲ୍‌ଟିଇ ସହ ୩.୫ ଏମ୍‌ଏମ୍‌ ଅଡିଓ ଜାକ୍‌, ୫.୦ ବ୍ଲୁଟୁଥ୍‌ ଫିଙ୍ଗର ପ୍ରିଣ୍ଟ. ଜାୟୋର ସ୍କୋପ, ଏମ୍ବିଏଣ୍ଟ ଲାଇଟ୍‌. ଏକ୍ଲିମିଟର ମାଗ୍ନୋ ମିଟର ଓ ପ୍ରକ୍ସିମିଟି ସେନସର୍‌ ରହିଛି ।

ଏଥିରେ କମ୍ପାନୀ ୩୫୦୦ ଏମଏଚ୍ର ବ୍ୟାଟେରୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.