Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଲକଡାଉନ୍‌ରେ ହାତ ବାନ୍ଧି ବସିଛନ୍ତି ବସ ମାଲିକମାନେ: ରାସ୍ତାକୁ ଓହ୍ଲାଇଲେ ମୋଟର କର୍ମଚାରୀ ସଙ୍ଘ

22/05/2020 at 4:29 PM

କଟକ୨୨/୫: ଲକ୍‌ଡାଉନ୍‌ରେ ହାତ ବାନ୍ଧି ବସିଛନ୍ତି ବସ ମାଲିକ। କେବଳ ବସ୍‌ ମାଲିକ କ୍ଷତି ସହି ନାହାନ୍ତି, ତା ସହ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର ସମସ୍ତେ ଜୀବିକା ହରାଇଛନ୍ତି। ମାର୍ଚ୍ଚ ୨୨ ରୁ ଲକ୍‌ଡାଉନ ଘୋଷଣା ହୋଇଥିଲା । ସେବେଠୁ ବସ କର୍ମଚାରୀ ମାନେ ରୋଜଗାର ହରାଇଛନ୍ତି।

କଟକ ମୋଟର କର୍ମଚାରୀ ସଙ୍ଘର କହିବା ଅନୁସାରେ ଲକଡାଉନ୍ ଯୋଗୁଁ ପ୍ରାୟ ୪୫ହଜାର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ବେରୋଜଗାର ହୋଇ ପଡିଛନ୍ତି। ଏପରି ସ୍ଥିତିରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରି ଶନିବାର କଟକ ପାଲାମଣ୍ଡପ ନିକଟରେ କଟକ ମୋଟର କର୍ମଚାରୀ ସଙ୍ଘ ବିକ୍ଷୋଭ ପ୍ରଦର୍ଶନ କରିଛି।

   Related Posts