Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଆଜି ପବିତ୍ର ମହାବୀର ଜୈନ ଜୟନ୍ତୀ : ଶିଖାଇଥିଲେ ଅନ୍ୟଙ୍କୁ କ୍ଷମା କରିବାର ମହାନତା

6/04/2020 at 10:45 AM

ନୂଆଦିଲ୍ଲୀ ୫/୪: ସୋମବାର,ଅପ୍ରେଲ୍ ୬ତାରିଖ ଅର୍ଥାତ ଆଜି ମହାବୀର ସ୍ବାମୀଙ୍କ ଜୟନ୍ତୀ। ମହାବୀର ସ୍ବାମୀ ଜୈନ ଧର୍ମର ପ୍ରବର୍ତ୍ତକ ଭଗବାନ ଶ୍ରୀଆଦିନାଥଙ୍କ ପରମ୍ପରାରେ ୨୪ତମ ତୀର୍ଥଙ୍କର ଭାବେ ଜଣା ଯାଆନ୍ତି। ମହାବୀର ସ୍ବାମୀ ଅହିଂସା ପରମ ଧର୍ମର ସୂତ୍ର ଦେଇଥିଲେ। ମହାବୀର ସ୍ବାମୀଙ୍କ ଜୀବନରେ ଅନେକ ଏପରି ପ୍ରସଙ୍ଗ ରହିଛି,ଯେଉଁଥିରେ ସୁଖ-ଶାନ୍ତି ପାଇବା ପାଇଁ ସୂତ୍ର କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଏପରି ଏକ ପ୍ରସଙ୍ଗ ବିଷୟରେ…

ଚର୍ଚ୍ଚିତ ପ୍ରସଙ୍ଗ ଅନୁସାରେ ଦିନେ ବଣରେ ମହାବୀର ସ୍ବାମୀ ତପସ୍ୟା କରିଥିଲେ। ସେହି ବଣରେ କିଛି ଗାଈ ଚରାଳି ନିଜ ଗାଈ ଏବଂ ଛେଳି ଚରାଇବାକୁ ଆସିଥିଲେ। ସବୁ ଚରାଳି ଅଶିକ୍ଷିତ ଥିଲେ,ସେମାନେ ତପସ୍ୟା ବିଷୟରେ କିଛି ଜାଣି ନଥିଲେ।

ଚରାଳିମାନେ ମହାବୀରଙ୍କୁ ବସିଥିବାର ଦେଖିଥିଲେ। ସେମାନେ ଜାଣି ନଥିଲେ ଯେ ମହାବୀର ତପସ୍ୟା କରୁଛନ୍ତି। ଚରାଳିମାନେ ମହାବୀରଙ୍କ ଉପହାସ କରିଥିଲେ କିନ୍ତୁ ମହାବୀର ତାଙ୍କ ତପସ୍ୟାରେ ମଗ୍ନ ଥିଲେ। ଚରାଳିଙ୍କ କଥାରେ ତାଙ୍କ ଧ୍ୟାନ ଭଙ୍ଗ ହୋଇନଥିଲା।

କିଛି ସମୟ ପରେ ଆଖପାଖ ଗାଁରେ ଏହି କଥା ପ୍ରଚାର ହୋଇଯାଇଥିଲା। ଗାଁରେ କିଛି ବିଦ୍ବାନ୍ ମହାବୀରଙ୍କୁ ଜାଣିଥିଲେ। ସେମାନେ ସମସ୍ତେ ତୁରନ୍ତ ଗାଁକୁ ପହଞ୍ଚିଥିଲେ ଯେଉଁଠାରେ ମହାବୀର ତପସ୍ୟା କରୁଥିଲେ। ସେଠାରେ ଲୋକଙ୍କ ଭିଡ଼ ଦେଖି ମହାବୀର ନିଜ ଆଖି ଖୋଲିଥିଲେ।

ଗାଁର ବିଦ୍ବାନମାନେ ଚରାଳିଙ୍କ ଭୁଲ୍ ପାଇଁ ତାଙ୍କୁ କ୍ଷମା ମାଗିଥିଲେ। ସେମାନେ ମହାବୀରଙ୍କ ପାଇଁ ସେଠାରେ ଏକ କକ୍ଷ ନିର୍ମାଣ କରିବା କଥା କହିଥିଲେ। ଯାହା ଦ୍ବାରା ତାଙ୍କ ସାଧନାରେ କେହି ବାଧକ ନ ସାଜନ୍ତୁ। ଭଗବାନ ମହାବୀର ତାଙ୍କର ସମସ୍ତ କଥା ଶାନ୍ତିରେ ଶୁଣିଥିଲେ। ମହାବୀର କହିଥିଲେ ସେ ସମସ୍ତ ଚରାଳି ତାଙ୍କ ନିଜର। ଛୋଟ ଛୋଟ ପିଲାମାନେ ତାଙ୍କ ମାଆଙ୍କ ମୁହଁ ଆମ୍ପୁଡ଼ି ଦିଅନ୍ତି,ମାରନ୍ତି,ଏଥିପାଇଁ କ’ଣ ବାପା ମାଆ ତାଙ୍କ ଉପରେ ରାଗନ୍ତି? ସେ ସେହି ଚରାଳିଙ୍କ ଉପରେ ରାଗି ନାହାନ୍ତି। ତାଙ୍କ ପାଇଁ କକ୍ଷ ନିର୍ମାଣ କରିବାର କୌଣସି ଆବଶ୍ୟକତା ନାହିଁ। କୃପା କରି ଏହି ଟଙ୍କା ଗରିବଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରନ୍ତୁ।

ଯଦି କୌଣସି ବ୍ୟକ୍ତିଙ୍କର ଅଜାଣତରେ ଭୁଲ୍ ହୋଇଯାଉଛି ତେବେ ସେହି ଭୁଲ୍ ପାଇଁ କ୍ଷମା ମିଳିପାରେ। ଅଜ୍ଞତା ଯୋଗୁଁ କରାଯାଇଥିବା ଭୁଲ୍ କାମ ପାଇଁ ଲୋକଙ୍କୁ କ୍ଷମା କରି ଦେବା ଉଚିତ୍। ଅନ୍ୟଙ୍କୁ କ୍ଷମା କରିବା ଦ୍ବାରା ଆମ ମନ ଶାନ୍ତି ହୋଇଥାଏ ଏବଂ ଜୀବନରେ ସୁଖ ଭରି ଯାଇଥାଏ।

   Related Posts