Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ପେଶାରେ ମୋଟିଭେସନାଲ୍ ସ୍ପିକର୍, ନିଶା ବାଇକ୍ ରାଇଡିଙ୍ଗ୍: ବିଶ୍ବ ଭ୍ରମଣରେ ଅନିଶ, ଟାର୍ଗେଟ୍ ୫୦ ଦିନରେ ୧୦ ହଜାର କିଲୋମିଟର

20/01/2021 at 7:11 PM

ଭୁବନେଶ୍ୱର ୨୦/୦୧ : ବର୍ତ୍ତମାନର ଏହି ବ୍ୟସ୍ତବହୁଳ ଜୀବନରେ ଶରୀରର ଯତ୍ନ ନେବା ସହ ସୁସ୍ଥ ଜୀବନ ଯାପନ କରିବାର ବାର୍ତ୍ତାନେଇ ବିଶ୍ବ ଭ୍ରମଣ ଯାତ୍ରାରେ ବାହାରିଛନ୍ତି ରାଜସ୍ଥାନର ଏହି ବାଇକର ଅନିଶ । ପେଶାରେ ଜଣେ ମୋଟିଭେସନାଲ ସ୍ପିକର ଥିବା ଅନିଶ ବିଭିନ୍ନ ସମୟରେ ବାଇକରେ ଅନେକ ସ୍ଥାନ ଭ୍ରମଣ କରିଛନ୍ତି ।

ବର୍ତ୍ତମାନ ୫୦ ଦିନିଆ ଟୁରରେ ବାହାରିଥିବା ଏହି ବାଇକରଙ୍କ ଟାର୍ଗେଟ ରହିଛି ୧୦ ହଜାର କିଲୋମିଟର ।

ନିଜେ ଖର୍ଚ୍ଚରେ ବାଇକ ରାଇଡିଙ୍ଗ କରୁଥିବା ଅନିଶ ପିଲାଦିନୁ ବାଇକ ପ୍ରତି ଆକୃଷ୍ଟ ହୋଇଥିଲେ । ଥରେ ଗୋଟିଏ ଦିନରେ ୭୪୭ କିମି ବାଇକରେ ଯିବା ପରେ ଏହି ଇଚ୍ଛା ବଢିଥିଲା, ଆଉ ସେ ବାଇକରେ ବିଶ୍ବ ଭ୍ରମଣ କରିବାର ମନସ୍ଥ କରିଥିଲେ ।

ସାରା ଭାରତରେ ବିଭିନ୍ନ ରାଜ୍ୟ ବୁଲିବା ସହ ସେଠାକାର ଖାଦ୍ୟ ପେୟ ଚାଲି ଚଳଣ ସମ୍ପର୍କରେ ଅନେକ ଶିଖିବାକୁ ମିଳୁଥିବା କହିଛନ୍ତି ଅନିଶ ।

ଭ୍ରମଣ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନିଶ, ତଥାପି କାମ ଜାରି ରଖିଛନ୍ତି । ବର୍ତ୍ତମାନ ଚାରିଧାମ ବୁଲିବାକୁ ବାହାରିଥିବା ଅନିଶ ପ୍ରଥମେ ଓଡିଶାରେ ପହଁଛନ୍ତି ।

   Related Posts