Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରାହୁଲଙ୍କ ଇସ୍ତଫା ପରେ କାମଚଳା ଅଧ୍ୟକ୍ଷ ହୋଇପାରନ୍ତି ମୋତିଲାଲ ଭୋରା

3/07/2019 at 5:24 PM

ନୂଆଦିଲ୍ଲୀ ୩|୭: ଜିଦ୍ ରେ ଅଟଳ ରାହୁଲ ଗାନ୍ଧି  । କୌଣସି ପରିସ୍ଥିତିରେ ମଧ୍ୟ ସେ କଂଗ୍ରେସ ଅଧ୍ୟକ୍ଷ  ରହିବେ ନାହିଁ ବୋଲି ଆଜି ପୁଣି ସ୍ପଷ୍ଟ କରିଛନ୍ତି । ୪ ପୁଷ୍ଠା ସମ୍ବଳିତ ଚିଠି ଲେଖି ନିଜର ମନକଥା ବଖାଣିଛନ୍ତି ।  ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ନିଜ ମୁଣ୍ଡକୁ ଦୋଷ ନେଇ ସେ ଇସ୍ତଫା ଦେଇଥିଲେ ।  ତେବେ ରାହୁଲଙ୍କ ମନେଇବା ପାଇଁ ବରିଷ୍ଠ କଂଗ୍ରେସ ନେତାଏ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାହା ତାଙ୍କୁ ପ୍ରଭାବିତ କରିପାରିନାହିଁ।  ମୋତି ଲାଲ ଭୋରା ପରବର୍ତ୍ତି ଅଧ୍ୟକ୍ଷ ହେବା ନେଇ ଆଲୋଚନା ହେଉଛି।

ମୋତେ କଂଗ୍ରେସ ଅଧ୍ୟକ୍ଷ ବୋଲି ସମ୍ବୋଧନ କରିବା ଠିକ ନୁହେଁ । ମୁଁ ପୂର୍ବରୁ ହିଁ ଇସ୍ତଫା ଦେଇସାରିଛି । ମୁଁ ଆଉ ଦଳର ଅଧ୍ୟକ୍ଷ ନୁହେଁ । କଂଗ୍ରେସର ସେବା କରିବାକୁ ସୁଯୋଗ ମିଳିଥିବାରୁ ମୁ ଅତ୍ୟନ୍ତ ଗର୍ବିତ । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ କାହିଁକି ବିଳମ୍ବ ହେଉଛି ? ଦଳରେ ବହୁ ଯୋଗ୍ୟ ଲୋକ ଅଛନ୍ତି ଦଳର ଭାର ସମ୍ଭାଳିବା ପାଇଁ । ଆଜି ଏଭଳି ୪ ପୃଷ୍ଠା ସମ୍ବଳିତ ଚିଠି ସହ ନିଜେ ଟ୍ବିଟ୍‌ କରିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତ ଦେବାକୁ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି ।

୨୦୧୯ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦଳର ବରିଷ୍ଠ ନେତା ଓ କର୍ମୀ ରାହୁଲଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ। ଏପରିକି ଅନେକ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାସତ୍ତ୍ବେ ବି ସେ ନିଜର ନିଷ୍ପତ୍ତି ବଦଳାଇ ନାହାନ୍ତି। ତୁରନ୍ତ ଦଳ ଅଧ୍ୟକ୍ଷ ଚୟନ ପାଇଁ ସିଡବ୍ଲୁସି ବୈଠକ ଡାକିବା ଲାଗି ଅନୁରୋଧ କରିଛନ୍ତି ରାହୁଲ।

ରାହୁଲ ତାଙ୍କ ଚିଠିରେ ଆଉ ଯେଉଁ କିଛି ପ୍ରଶ୍ନ ଉଠାଇଛ୍ତି ତାହା ସିଧା ବିଜେପି ଓ ଆରଏସଏସକୁ ନିଶାନା ହୋଇଛି। ଦେଶରେ ମୁକ୍ତ ଅବାଧ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏ ଗଣମାଧ୍ୟମଠାରୁ ଆରମ୍ଭ କରି ବିଚାର ବ୍ୟବସ୍ଥା ଓ ସରକାରୀ କଳ ଉପରେ ବିଜେପି ନିୟନ୍ତ୍ରଣ କରୁଥିବା ଉଲ୍ଲେଖ କରିଛନ୍ତି।  ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡିକର ପବିତ୍ରତା ବଜାୟ ରହିବା କଥା କହି ସେ ସିଧା ବିଜେପିକୁ ଆକ୍ଷେପ କରିଛନ୍ତି।

ସେପଟେ ରାହୁଲଙ୍କ ଏଭଳି ଚିଠି ପରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ଦଳ କାମଚଳା ଦାୟିତ୍ବ ଦେବାକୁ ନେଇ ଚର୍ଚ୍ଚା ହେଉଛି ।

   Related Posts