Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ମୋତିଚୁର ଚକନାଚୁର ଫିଲ୍ମର ନିର୍ଦ୍ଦେଶିକା କହିଲେ, ପ୍ରୋଯୋଜକ ତାଙ୍କ ଫିଲ୍ମ ନଷ୍ଟ କରିଦେଇଛନ୍ତି, ସେଥିପାଇଁ କେହି ଦେଖନ୍ତୁ ନାହିଁ ଏହି ଫିଲ୍ମ

19/11/2019 at 5:17 PM

ମୁମ୍ବାଇ୧୯|୧୧: ନୱାଜୁଦ୍ଦିନ ସିଦ୍ଦିକୀ ଓ ଆଥିୟା ଶେଟ୍ଟୀଙ୍କ ଫିଲ୍ମ ମୋତିଚୁର ଚକନାଚୁର ଫିଲ୍ମର ନିର୍ଦ୍ଦେଶିକା ହେଉଛନ୍ତି ଓଡିଆ ଝିଅ ଦେବମିତ୍ରା ବିଶ୍ବାଳ । ଫିଲ୍ମ ରିଲିଜ ହେବା ପରେ ସେ କହିଛନ୍ତି ଯେ,  ପ୍ରଯୋଜକ ରାଜେଶ ଭାଟିଆ ତାଙ୍କ ଷ୍ଟୋରୀଲାଇନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଫିଲ୍ମଟିକୁ ନଷ୍ଟ କରିଦେଇଛନ୍ତି।

ଗତ ଅକ୍ଟୋବର ମାସରେ ଦେବମିତ୍ରା ବିଶ୍ବାଳ ନିଜ ପ୍ରଯୋଜକ ଭାଟିଆଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ କରିଥିଲେ । ସେ କହିଥିଲେ  ଯେ, ଶୁଟିଂ ସେଟ୍‌ରେ ତାଙ୍କ ସହ ବାଟିଆ ଖରାପ ଶବ୍ଦ ବ୍ୟବହାର କରୁଥିଲେ। ଏବେ ଫିଲ୍ମ ରିଲିଜ ହେବା ପରେ ଫିଲ୍ମର କାହାଣୀ ପରିବର୍ତ୍ତନ ହୋଇଥିବା ନେଇ ଦେବମିତ୍ରା ଅସନ୍ତୋଷ ପ୍ରକାଶ କରିଛନ୍ତି।

କୋର୍ଟ ନୋଟିସ ଜାରି କରିବା ପରେ ଯାଇ ପ୍ରଯୋଜକ ଭାଟିଆ ତାଙ୍କୁ ଫିଲ୍ମର ଚୂଡାନ୍ତ କାହାଣୀ ଦେଖାଇଥିଲେ । ଫିଲ୍ମର ନିର୍ଦ୍ଦଶନା ସେ ଦେଇଛନ୍ତି ସତ ହେଲେ ଏଥିରେ ଅନେକ ଅନାବଶ୍ୟକ ସଟ୍‌ ତାହ୍କ ଅଜାଣତରେ ଯୋଡା ଯାଇଛି। ଏହି ଫିଲ୍ମ ସି ଗ୍ରେଡ ଭୋଜପୁରୀ ଫିଲ୍ମ ଭଳିଆ ଲାଗୁଛି ବୋଲି ଦେବମିତ୍ରା କହିଛନ୍ତି।

ଝଗଡା ହେବା ପରେ ସେ ଫିଲ୍ମ ଏଡିଟ୍‌ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ କାହାଣୀ ପୂରା ବଦଳିଯାଇଥିଲା। ଫିଲ୍ମ ସେହିଭଳି ନଥିଲା ଯାହା ସେ ନିର୍ଦ୍ଦଶନା ଦେଇଥିଲେ। ଦେବମିତ୍ରାଙ୍କ କହିବା ଅନୁସାରେ ଭାଟିଆ ତାଙ୍କ ଫିଲ୍ମ ଓ କ୍ୟାରିଅର ନଷ୍ଟ କରିଦେଲେ।

ଫିଲ୍ମଟି ନଭେମ୍ବର ମାସ ୧୫ ତାରିଖରେ ରିଲିଜ ହେବାର ଥିଲା। ହେଲେ ଫିଲ୍ମରେ ଅଧିକାଂଶ ସଟ୍‌ ଭାଟିଆଙ୍କର ଥିଲା। ଫିଲ୍ମ ରିଲିଜ ହେବା ପରେ ସେ ସୋସିଆଲ ମିଡିଆରେ ଦର୍ଶକଙ୍କୁ ଅପିଲ କରିଥିଲେ ଯେ, ଏହି ଫିଲ୍ମ ନଦେଖିବାକୁ। ଦେବମିତ୍ରା ଏଯାଏଁ ଭାଟିଆଙ୍କର ଏହି କାମର କାରଣ ଜାଣିପାରିନାହାନ୍ତି।


   Related Posts