ଗିରଫ ହେଲେ ପ୍ରେମିକା,ମାଆ ଓ ଭଉଣୀ

Published By : Prameya-News7 Bureau | October 14, 2019 IST

କଟକ ୧୪/୧୦: ଲୁଟ୍ ଭାଗରେ ପ୍ରେମିକା ଓ ମାଆ-ଭଉଣୀ । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଅଜୟ ସାହୁକୁ ଏନକାଉଣ୍ଟର ଘଟଣାରେ ଜିତୁର ମାଆ, ଭଉଣୀ ଓ ପ୍ରେମିକା ଯେ ଅସଲ ମାଷ୍ଟର ମାଇଣ୍ଡ ଏହା ଖୁଲାସା କରିଛି ପୋଲିସ।  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଡକାୟତି ସାମଗ୍ରୀର ବ୍ୟବହାର ସହ ଜିତୁକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏପରିକି ଜିତୁ ଲୁଟ ସାମଗ୍ରୀ ଏମାନଙ୍କ ନିକଟରେ ଲୁଚାଉଥିଲା।  ବିଶେଷ କରି ପ୍ରେମିକା ଜିନାକୁ ହାତ ମୁଠାରେ ରଖିବା ଲାଗି ଜିତୁ ଲୁଟ ସାମଗ୍ରୀକୁ ଗିଫଟ ଦେଉଥିଲା।  ସେହିପରି ଜିତୁର ଭଉଣୀ ଅନୁ ଓରଫ ଲକ୍ଷ୍ମୀ ପ୍ରିୟା ମାହାଲା ଏବଂ ମା ମାଳତୀ ଓରଫ କାଞ୍ଚନ ସାହୁ ଜିତୁକୁ ଅପରାଧ ପାଇଁ ପ୍ରୋତ୍ସାହନ ଦେଉଥିଲେ ।

ପୋଲିସ ଏନକାଉଣ୍ଟର କରିଥିବା ଜିତୁ ଓ ମୁନା ଦେହୁରି ଗୋଟିଏ ଗ୍ୟାଙ୍ଗର ସଦସ୍ୟ । ଏହି ଗ୍ୟାଙ୍ଗ କଟକ, ଢେଙ୍କାନାଳ, ଆଠଗଡ ଆଦି ଅଞ୍ଚଳରେ ଡକାୟତି ସହ କରୁଥିଲେ ଲୁଟପାଟ୍ କରୁଥିଲେ । ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜିବାକୁ ପୋଲିସର ଅପରେସନ ଜାରି ରହିଛି । ଡିସିପି ଅଖିଳେଶ୍ବର ସିଂହ ଏହି ସୂଚନା ଦେଇଛନ୍ତି ।  ୨୪ ଘଣ୍ଟା ଭିତରେ ଦ୍ବିତୀୟ ଏନକାଉଣ୍ଟର କରିଛି ପୋଲିସ । ଗତକାଲି ଟାଙ୍ଗୀ କପିଳାସ ରାସ୍ତାରେ ଜିତୁକୁ ଏନକାଉଣ୍ଟର କରାଯାଇଥିବା ବେଳେ ଆଜି ଚୌଦ୍ବାର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀକୁ ଏନକାଉଣ୍ଟର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.