Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନିଜ ମା’ର ଅଶ୍ଳୀଳଫଟୋ ଆସିଲା ପୁଅର ହ୍ଵାଟସଆପକୁ : ସାରା ପରିବାର ଖାଇଲା ବିଷ, ୩ମୃତ , ୨ ଗୁରୁତର

31/12/2018 at 8:17 PM

ବିଲାସପୁର ୩୧/୧୨- ଜଣେ ୩୫ ବର୍ଷ ମହିଳାଙ୍କ ଅଶ୍ଳୀଳ ଫଟୋ ମୋବାଇଲରୁ ମୋବାଇଲ ବୁଲିଲା ପରେ ଶେଷରେ ଆସି ପହଂଚିଲା ପୁଅ ପାଖରେ । ସେ  ଅଶ୍ଳୀଳ ଫଟୋ ଆଉ କାହାର ନୁହେଁ , ବରଂ ନିଜ ମାଆର । ଏହି ଘଟଣାକୁ ନେଇ ଘରେ ଉଠିଲା ଝଡ଼ । ସାରା ପରିବାରର ସଦସ୍ୟ ଲୋକ ଲଜ୍ଜା ପାଇଁ ପିଇଲେ ବିଷ ।

ବିଳାସପୁର ରତନପୁରରେ ୫ଜଣ ଲୋକ ବିଷ ଖାଇ ଆତ୍ମ ହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାର ଜେଜେମା ଗୁଲାମ ବାଇ(୬୫),ନାତୁଣି ନିକିତା(୧୬), ନାତି ନୀଲମ(୧୨)ର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ଗୁଲାବ ବାଇର ଝିଅ ପ୍ରସ୍ତୁତି (୩୫) ଓ ନାତି ବିକାଶ(୧୮) ଗୁରୁତର ଅଛନ୍ତି ।

ଗୋଟିଏ ପରିବାରର ସମସ୍ତେ ବିଷଖାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ କହିବା ଅନୁସାରେ ବହୁତ ସମୟ ଧରି କବାଟ ନଖୋଲିବାରୁ ପଡ଼ୋଶୀ ଥାନାକୁ ଖବର ଜଣାଇଥିଲେ । ଥାନାଧିକାରୀ ଆସି କବାଟଭାଙ୍ଗି ୫ ଜଣକୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୨ ଜଣଂକୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ପାଖରେ କିଛି ସଠିକ ଖବର ନଥିବା କଥା ଜଣାଇଛି । ଏହିଘଟଣାରେ ସ୍ଥାନୀୟଲୋକଙ୍କୁ ପଚାରି ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଚଲାଇଛି ।

ଏହିଘଟଣାରେ ପ୍ରସ୍ତୁତିର ପୁଅ ବିକାଶ ଯାହା ପ୍ରକାଶ କରିଛି, ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ଏହା ପରକୀୟା ସଂପର୍କକୁ ନେଇ ହୋଇଥିବା କଥା ପୋଲିସ ସନ୍ଦେହ କରୁଛି । ବିକାଶର ମାଆ ପ୍ରସ୍ତୁତିର  ଅଶ୍ଳୀଳ ଫଟୋ ହ୍ଵାଟସଆପରେ  ମୋବାଇଲରୁ ମୋବାଇଲ ହୋଇ ଆସି ଶେଷରେ ବିକାଶ ମୋବାଇଲ ପହଂଚିଥିଲା । ବିକାଶ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା ।

ଅପରପକ୍ଷରେ ପୋଲିସ ଘଟଣା ସଂପର୍କରେ ସ୍ଥାନୀୟଲୋକଙ୍କୁ ପଚାରି ବୁଝିଥିଲା । କିଛିଲୋକ କହିବା ଅନୁସାରେ ଜଣେ ଯୁବକ ପ୍ରସ୍ତୁତିଙ୍କ ଆଧାରକାର୍ଡ଼ ତିଆରି କରିବାକୁ ନେଇଥିବାବେଳେ ଏଡ଼ିଟିଂ କରି ଅଶ୍ଳୀଳ ଫଟୋ ତିଆରିକରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଘଟଣାକୁ ଅନୁଧ୍ୟାନ କରି ଏହି ଘଟଣା ପରକୀୟାରୁ ଘଟିଥିବାନେଇ  ପୋଲିସ ସନ୍ଦେହ କରୁଛି ।

   Related Posts