Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||

ଦୁଇ ଛୋଟ ଝିଅଙ୍କୁ ସାଙ୍ଗ ଧରି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମାଆ, ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ…

27/08/2019 at 2:40 PM

ରାଜସ୍ଥାନ୨୬|୮:ରାଜସ୍ଥାନର ବାନ୍ଦୀକୁଇ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ଛୋଟ ପିଲାଙ୍କୁ  ସାଙ୍ଗଧରି  ମାଆ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ମାଆ ଓ ପିଲାଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ,୧୦ ଓ ୮ ବର୍ଷର ଦୁଇ ଝିଅଙ୍କୁ ସାଙ୍ଗଧରି ଅଜ୍ଞାତ ମହିଳା ହରନିୟା ଫାଟକ ପାଖରେ ପହଞ୍ଚି ଥିଲେ। ଆତ୍ମହତ୍ୟା କରିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ଟ୍ରେନ ଆସିବା ମାତ୍ରେ ତିନିଜଣ ଟ୍ରେନ ସାମ୍ନାକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ଘଟଣା ସଂପର୍କରେ ସୂଚନା ଦେବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଛି।

ଅଢ଼େଇମାସ ତଳେ ମହିଳାଙ୍କୁ ତାଙ୍କ ସ୍ବାମୀ ମାରପିଟ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ।ଏହାପରେ ମହିଳା ତାଙ୍କ ବାପ ଘର ଉରଓ୍ବାଡିରେ ରହୁଥିଲେ।ତଦନ୍ତରୁ ଜଣାପଡିଛି ଯେ, ମୃତକ ମହିଳାଙ୍କ ନାଁ ଝମୁରୀ । ଶ୍ବଶୁଘରକୁ ଯାଉଛି ବୋଲି କହି ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ସେ ବାପଘରୁ ବାହାରିଥିଲେ ।ତେବେ ଶ୍ବଶୁର ଘରକୁ ନଯାଇ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

 ସ୍ବାମୀଙ୍କ ସହ ଠିକ ପଟୁନଥିବାରୁ ସେ ମାନସିକଭାବେ ଚାପଗ୍ରସ୍ତ ଥିଲେ । ଏକ ଆତ୍ମହତ୍ୟା କଲେ ଦୁଇ ଝିଅଙ୍କ କଣ ହେବ ବୋଲି ଭାବି ସେମାନଙ୍କୁ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ରାଜି କରାଇଥିଲେ । ତାପରେ ତିନିଜଣ ମିଶି ଟ୍ରେନ ଆଗକୁ ଡେଇଁଥିବା ଅନୁମାନ କରାଯାଉଛି ।  

   Related Posts