Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଡାହାଣୀ ସନ୍ଦେହ: ମା ସମେତ ଛୋଟ ଛୋଟ ୪ ଛୁଆଙ୍କୁ ମାରି ଫିଙ୍ଗିଦେଲେ କୂଅରେ !

26/01/2019 at 6:41 PM

ବଣାଇ୨୬|୧: ଅନ୍ଧ ବିଶ୍ବାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ସୁନ୍ଦରଗଡ଼ କୋଇଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ । ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି। ମାଆ ସହିତ ୪ ପିଲାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।…

ସୁନ୍ଦରଗଡ଼ କୋଇଡାରେ ଚାଞ୍ଚଲ୍ୟ । ବଡ଼ଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା । ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଛି । କୁନି ମୁଣ୍ଡା ପିଲାମାନଙ୍କୁ ଧରି ଘରେ ଏକୁଟିଆ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ କେହି ହତ୍ୟା କରି ନିକଟରେ ଥିବା ଏକ କୁଅରେ ପକାଇଦେଇଥିଲା । ଆଜି ସକାଳେ ଘର ଭିତରେ ରକ୍ତ ଛିଟା ଦେଖିବା ପରେ ଘଟଣା ଜଣାପଡ଼ିଥିଲା ।….

କୋଇଡ଼ା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କୁଅରୁ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖୋଦ୍ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେପଟେ କୁନି ମୁଣ୍ଡାଙ୍କ ସ୍ବାମୀ କହିଛନ୍ତି ଯେ, ଗୁଣି ଗାରେଡ଼ିକୁ ସନ୍ଦେହ କରି ଏମାନଙ୍କୁ ହତ୍ୟାକରାଯାଇଛି । କିଛି ଦିନ ପୂର୍ବରୁ ପଡ଼ୋଶୀ ଦେବ୍ରା ମୁଣ୍ଡାଙ୍କ ଝିଅ ପ୍ରାଣ ହରାଇଥିଲା। ସେବେଠାରୁ ସେ କୁନି ଉପରେ ସନ୍ଦେହ କରୁଥିଲେ । ଏହି ଘଟଣା ପରେ ଦେବ୍ରା ଫେରାର ହୋଇଯାଇଛନ୍ତି।…

ଡାହାଣୀ ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି ତାର ତଦନ୍ତ ଚଳାଇଛି ପୋଲିସ ।

   Related Posts