ଶୋଇଥିବା ବେଳେ କୋଠରୀରେ ଲାଗିଗଲା ନିଆଁ: ମା' ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | September 12, 2020 IST

ଜୌନପୁର ୧୨/୦୯ : ଜୌନପୁର ଜିଲ୍ଲାରେ ଶନିବାର ଦିନ ଏକ ଭୟଙ୍କର ଦୁର୍ଘଟଣା ଘଟିଛି | କୋଠରୀ ନିଆଁ ଲାଗି ୩ଜଣଙ୍କ ମୃତ୍ୟୁ ହୋଇଛି | ସୋଇୟା ଗାଁରେ ସଟ ସର୍କିଟ ଯୋଗୁଁ କୋଠରୀରେ ନିଆଁ ଲାଗିଯାଇଥିଲା | କୋଠରୀରେ ଶୋଇଥିବା ସବିତା ଦେବୀ(୩୦), ୪ ବର୍ଷର ପୁଅ ଦିବ୍ୟାଂଶ ଓ ୮ ବର୍ଷର ପୁଅ ଦିଗବିଜୟ ଜୀବନ୍ତ ଦଗ୍ଧ ହୋଇଗଲେ | ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି | ପୋଲିସ ଶବ ଜବତ କର ବ୍ୟବଛେଦ ପାଇଁ ପଠାଇଛି |

ସୂଚନା ଅନୁଯାୟୀ, ସୋଇୟା ଗାଁରେ ମନୋଜ କୁମାର ଅପରାହ୍ନ ଭୋଜନ କରି ପତ୍ନୀ ସବିତା ଓ ଦୁଇ ପୁଅଙ୍କ ସହ ଶୋଇବାକୁ ଚାଲିଗଲେ | ସଟ ସର୍କିଟ ଯୋଗୁଁ କୁଲରରେ ନିଆଁ ଲାଗି କାଇଥିବା କୁହାଯାଉଛି | ଏହାପରେ ନିଆଁ ଘର ସାରା ବ୍ୟାପି ଯାଇଥିଲା | ନିଆଁରେ ମା ଓ ଦୁଇ ପୁଅ ଜୀବନ୍ତ ଜଳିଗଲେ | କୋଠରୀ ଭିତରୁ ଧୂଆଁ ବାହାରିବା ପରେ ଘର ଲୋକ ଜାଣିବାକୁ ପାଇଲେ ଓ କବାଟ ଭାଙ୍ଗି ଭିତରକୁ ଯାଇଥିଲେ | କିନ୍ତୁ ସେତେବେଳେ ବହୁତ ବିଳମ୍ବ ହୋଇସାରିଥିଲା | ଲଠାରୀ ଭିତରେ ଥିବା କାଠର ସମସ୍ତ ଉପକରଣ ମଧ୍ୟ ଜାଳି ଯାଇଥିଲା | ସବିତା ଓ ପୁଅ ଦିବ୍ୟାଂଶର ମୃତ୍ୟୁ ହୋଇସାରିଥିଲା | ଦିଗବିଜୟର ନିଶ୍ୱାସ ଚାଲୁଥିବାରୁ ତାକୁ ଘର ଲୋକ ହସ୍ପିଟାଲ ନେଇ ଯାଇଥିଲେ | କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.