ମା' କହୁଛି ଝିଅର ମୃତ୍ୟୁ କାହାଣୀ - କେମିତି ଦୁର୍ବୃତ୍ତ ମାନେ କରି ଝିଅକୁ ହତ୍ୟାକଲେ ! ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ଦାବିରେ ତେଜିଛି ଆନ୍ଦୋଳନ

Published By : Prameya-News7 Bureau | December 15, 2019 IST

ନବରଙ୍ଗପୁର ୧୫।୧୨ - ନବରଙ୍ଗପୁର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ଦାବିରେ ତେଜିଛି ଆନ୍ଦୋଳନ । ଉତ୍ୟକ୍ତ ଲୋକେ କୋଟପାଡ଼-ଜଗଦଳପୁର ରାସ୍ତା ଅବରୋଧ କରିଛନ୍ତି । କୋଟପାଡ଼ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ । ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନବରଙ୍ଗପୁର ପୋଲିସ ୨ ଜଣଙ୍କୁ ଅଟକ ରଖି ପଚାରଉଚରା କରୁଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପୀଡ଼ିତାଙ୍କ ମା'ଙ୍କ ଠାରେ କାଳିସୀ ସବାର୍‌ ହୋଇ ତାଙ୍କ ଝିଅକୁ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି ସେ କହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

{"id":198112,"sizeSlug":"large"}

ମା' କହୁଛି ଝିଅର ମୃତ୍ୟୁ କାହାଣୀ ।କେମିତି ଦୁର୍ବୃତ୍ତ ମାନେ ତାଙ୍କ ଝିଅକୁ ହତ୍ୟାକଲେ । ଅସ୍ପଷ୍ଟ କଣ୍ଠରେ ସେ ଏସବୁ ବଖାଣୁଛନ୍ତି । ଗାଁ ଲୋକଙ୍କ କହିବା କଥା ମା'ଠାରେ ଝିଅର ପ୍ରେତାତ୍ମା ସବାର ହୋଇଛି । ଆଉ ଏହି ପ୍ରେତାତ୍ମା ହିଁ କହୁଛି କେଉଁଭଳି ଢଙ୍ଗରେ ତାଙ୍କୁ ହତ୍ୟା କରାଗଲା ।  ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଜଣ ସଂପୃକ୍ତ । ଝିଅକୁ ଦୁଷ୍କର୍ମ ପରେ ବେକରେ ଗାମୁଛା ବାନ୍ଧି ଦେଲେ, ପାଟିରେ କପଡ଼ା ବାନ୍ଧି ଦେଲେ । ଛାତିକୁ ଜୋରରେ ମାରିବାରୁ ଝିଅଟିର ମୃତ୍ୟୁ ଘଟିଥିଲା । ଦୁଷ୍କର୍ମକାରୀ ମାନେ କୋରାପୁଟ ଜିଲ୍ଲାର କୁହୁଡ଼ି ଗାଁର । ଏସବୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିଛି। ପୋଲିସ ତଦନ୍ତ କରିବା ସହିତ ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ସବୁ ସ୍ପଷ୍ଟ ହୋଇପାରିବ ।

{"id":198113,"sizeSlug":"large"}

ଉପଜିଲ୍ଲାପାଳଙ୍କ କାନ୍ଧରେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ। ସାଙ୍ଗରେ ଅଛନ୍ତି ତହସିଲଦାର  ଓ ସମାଜସେବୀ, ଗାଁଲୋକେ। ଗତକାଲି ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ପୋଷ୍ଟମର୍ଟମ ହୋଇଥିଲା। ଆଉ ଆଜି ପୀଡ଼ିତାଙ୍କ ମୃତଦେହ କୋଷମାଗୁଡ଼ା ଗାଁକୁ ଅଣାଯାଇଥିଲା। ଖ୍ରିଷ୍ଟିୟାନ ରୀତିନୀତିରେ ତାଙ୍କୁ ଗାଁ ମୁଣ୍ଡ ଶ୍ମଶାନରେ ଅନ୍ତିମ ବିଦାୟ ଦିଆଯାଇଥିଲା । ପୀଡ଼ିତାଙ୍କ ପରିବାରକୁ ସହାୟତା ଦେବା ଲାଗି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

{"id":198114,"sizeSlug":"large"}

ହେଉଛି କୋରାପୁଟ କୋଟପାଡ଼ର କୁହୁଡ଼ି ଗାଁ। ଏଠାରେ ପୋଲିସ ଟିମ୍‌ ସନ୍ଧାନୀ କୁକୁର ଧରି ତଦନ୍ତ କରୁଛି। ପୋଲିସ ଏହି ଗାଁରୁ ୨ ଜଣ ଯୁବକଙ୍କୁ  ଅଟକ ରଖିଛି। ଆଉ ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ କାହିଁକି ଗାଁକୁ ପୋଲିସ ବାରମ୍ବାର ଆସୁଛି ବୋଲି ପ୍ରତିବାଦ କରିଥିଲେ ଲୋକେ। ଏପରିକି ଉତ୍ୟକ୍ତ ଲୋକେ   କୋଟପାଡ଼-ଜଗଦଲପୁର ଏନଏଚ ୬୩ ଅବରୋଧ କରିଥିଲେ । ସେମାନଙ୍କର ଦାବି ହତ୍ୟାକାରୀକୁ ପୋଲିସ ଦଣ୍ଡ ଦେଉ କିନ୍ତୁ ତାଙ୍କ ଗାଁର ଦୁଇ ଯୁବକଙ୍କୁ ଖଲାସ କରାଯାଉ।

{"id":198115,"sizeSlug":"large"}

ଶୁକ୍ରବାର ସଂଧ୍ୟାରୁ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ । ଘର ଲୋକ ସାରାରାତି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଶନିବାର ବିଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସାରା ଦେଶରେ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ନବରଙ୍ଗପୁର ଘଟଣା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ।…

{"id":198116,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.