ଚାରି ବର୍ଷର ପୁଅପାଇଁ ମାଆ ବି କରିପାରେ ଏମିତି କାମ.. ସେହି ମାଆକୁ ଶହେ ସଲାମ

Published By : Prameya-News7 Bureau | February 06, 2019 IST

ଆଗ୍ରା ୬/୨-ଦୁନିଆରେ ମାଆର ବିକଳ୍ପ କିଛି ନାହିଁ ।ମାଆ ନିଜର ସନ୍ତାନ ପାଇଁ ସବୁ କିଛି କରିପାରେ । ନିଜ ଜୀବନକୁ ବାଜି ଲଗାଇ ନିଜ ସନ୍ତାନର ଉନ୍ନତି ଚାହେଁ । ଦୁନିଆ ପ୍ରଳୟ ହୋଇଗଲେ ବି ମାଆ ନିଜର ସନ୍ତାନ ପାଇଁ ପ୍ରାଣମୂର୍ଚ୍ଚି ନିଜ ଦେହର ଟିକିଏ ଜୀବନ ଥିବାଯାଏଁ ବଂଚେଇରଖିଥାଏ । ଧନୀ ହେଉକି ଗରୀବ, ମାଆ ତ ମାଆ... । ମାଆ ସହିତ କିଛି ତୂଳନା କରିବା ସମ୍ଭବ ନୁହେଁ ।

ସେହିଭଳି ଜଣେ ମାଆ କଥା ଆଜି କହୁଛୁ, ଯିଏ ନିଜର ଚାରି ବର୍ଷର ପୁଅକୁ ବଂଚେଇବାକୁ ନିଜକୁ ରେଡ଼୍ ଲାଇଟ୍ ଏରିଆରେ ରାକ୍ଷସଙ୍କ ପାଖରେ ବନ୍ଧା ପକେଇବାକୁ ବାଧ୍ୟ ହୋଇଛି ।

ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଅଂଚଳର ଏହି ହୃଦୟ ବିଦାରକ ଘଟଣା । ମହିଳାଙ୍କର ସ୍ବାମୀ ସହ ଚାରିମାସ ତଳେ ହୋଇଥିଲା ଝଗଡ଼ା । ଏହି ଝଗଡ଼ା ପାଇଁ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ପଡ଼ୁ ନ ଥିଲା । ନିଜ ବଂଚି ନିଜ ଚାରି ବର୍ଷର ଛୁଆ ମୁହଁରେ ଦାନା ଗଣ୍ଡେ ଦେବାକୁ ଘର ଛାଡ଼ିବାକୁ ପଡ଼ିଥିଲା ମହିଳାଙ୍କୁ ।

ମହିଳା ନିଜର ଚାରି ବର୍ଷର ପୁଅକୁ ଧରି ପହଂଚିଥିଲା ରେଳ ଷ୍ଟେସନରେ । ଏହି ସମୟରେ ଜଣେ ଅପରିଚିତ ଲୋକ ସାହାର୍ଯ୍ୟର ହାତ ବଢ଼ାଇଥିଲା । ସେହି ଅପରିଚିତ ଲୋକଟି ମହିଳାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ଟ୍ରେନରେ ବସେଇ ଦେଇଥିଲା । ମହିଳାଙ୍କୁ ଆଶ୍ରୟଦେବା ନାଁରେ ଯେଉଁ ଜାଗାରେ ପଂହଚିଥିଲେ, ଜାଣିବା ପରେ ଆଶ୍ଚର୍ଯ୍ୟର ସୀମା ରହି ନଥିଲା ମହିଳାଙ୍କର । ସେହି ଜାଗାଥିଲା କୋଲକାତାର ରେଡ଼ ଲାଇଟ ଏରିଆ , ସାରାଦେଶରେ ଯେଉଁ ଜାଗା ଦେହ ବ୍ୟବସାୟ ପାଇଁ  ପ୍ରସିଦ୍ଧ ।

କିଛି ବୁଝିବା ପୂର୍ବରୁ ତାଙ୍କ ଚାରି ବର୍ଷର ପୁଅକୁ ସେମାନେ ନେଇଯାଇଥିଲେ । ସେହି ଦଲାଲମାନେ ପୁଅକୁ ମୁଣ୍ଡ ଜାମିନ ରଖି ମହିଳାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥିଲେ । ଏହିକଥାରେ ମହିଳା ରାଜି ନହେବାରୁ ସେମାନେ ଅକଥନୀୟ ଅତ୍ୟାଚାର ମଧ୍ୟ କରିଥିଲେ । ଦେହ ବ୍ୟବସାୟରେ ସାମିଲ ନ ହେଲେ ତାଙ୍କ ପୁଅକୁ ମାରିଦେବାକୁ ମଧ୍ୟ ଧମକାଇଥିଲେ ।

ନିଜର କିଛି ହୋଇଗଲେ ସହିଯିବେ କିନ୍ତୁ ତାଙ୍କ ପୁଅର କିଛି କ୍ଷତି ନ କରିବାକୁ ବହୁତ ନେହୁରା ହୋଇଥିଲେ ମହିଳା । ଏହି ଦୁର୍ବଳତାର ସୁଯୋଗ ନେଇ ମହିଳାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରିଥିଲେ ।

ମହିଳା ନିଜ ପୁଅକୁ ବଂଚେଇବାକୁ ଯାଇ ସେମାନଙ୍କ କଥାରେ ରାଜି ହୋଇଯାଇଥିଲେ । ଏପରିକି ସେମାନେ ମହିଳାଙ୍କ ପାଖକୁ ତାଙ୍କ ଚାରି ବର୍ଷର ପୁଅକୁ ଆସିବାକୁ ଦେଉ ନ ଥିଲେ । ମହିଳାଙ୍କୁ ଦେହ ବ୍ୟବସାୟ କରିବାକୁ ଅନ୍ୟ ମହିଳାଙ୍କ ସହ ବିଭିନ୍ନରାଜ୍ୟକୁ ଯିବାକୁ ପଡ଼ୁଥିଲା ।

ମହିଳା ଏଭଳି ଅତ୍ୟାଚାର ହେବାପରେ କୌଣସି ସୂତ୍ରରେ ପରିବାର ସହ ଯୋଗସୂତ୍ର କରି ପାରିଥିଲେ । ଫଳରେ ପୋଲିସ ମହିଳାଙ୍କୁ ଉଦ୍ଧାର କଲାପରେ ଏଭଳି ଲୋମହର୍ଷଣ କଥା ପଦାକୁ ଆସିଛି ।

ଜଣେ ମାଆ ନିଜ ଛୋଟ ପୁଅକୁ ବଂଚେଇବାକୁ ଯାଇ କରିବାକୁ ପଡ଼ିଥିଲା ଏଭଳି କୁତ୍ସିତକାମ । ଏ ଭଳି ମାଆକୁ ଶହେ ସଲାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.