Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପୁଅ କରୁଛନ୍ତି ସରକାରୀ ଚାକିରୀ, ଏପଟେ ମା’ ୧୫ ବର୍ଷ ହେଲା ଲୋକଙ୍କ ଘରେ କାମ କରୁଛନ୍ତି : ଭିଡିଓ ଭାଇରାଲ

3/04/2019 at 3:43 PM

ନାସିକ ୩/୪ : ପାଖାପାଖି ୧୫ ବର୍ଷ ହେଲା ଏକ ଜୀବନ କାଟୁଛନ୍ତି ୬୧ ବର୍ଷ ବୟସ୍କା ଜଣେ ମହିଳା | ମହିଳାଙ୍କର ୨ ପୁଅ | ୨ ପୁଅ ସରକାରୀ ଚାକିରୀ କରୁଛନ୍ତି | ତେବେ ମହିଳାଙ୍କ ୨ ପୁଅ ଭଲ ସରକାରୀ କରୁଥିବା ସତ୍ୱେ ମହିଳା ପର ଘରେ ଝାଡୁ କରି ନିଜ ପେଟ ପୋଷୁଛନ୍ତି | ମହିଳାଙ୍କ ବଡ ପୁଅ ସେଲ୍ସ ଟ୍ୟାକ୍ସ ବିଭାଗର ଅଧିକ୍ଷକ ଏବଂ ସାନ ପୁଅ ସରକାରୀ ବସର କଣ୍ଡକ୍ଟର |


ମହିଳାଙ୍କ ଘର ମହାରାଷ୍ଟ୍ର ନାସିକ ଜିଲ୍ଲାରେ | ୬୧ ବର୍ଷ ବୟସ୍କା ମହିଳା ହେଲେ ପ୍ରମିଳା ନାନା ପୱାର | ୨ ପୁଅଙ୍କ ଭଲ ରୋଜଗାର ଥିଲେ ସୁଦ୍ଧା ପ୍ରମିଳାଙ୍କୁ ପର ଘରେ କାମ କରି ପେଟ ପୋଷିବାକୁ ପଡୁଛି | ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେଲେ ପ୍ରମିଳାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ପୋଲିସ ପ୍ରମିଳାଙ୍କୁ ତାଙ୍କ ପୁଅମାନଙ୍କ ସହ ସାକ୍ଷାତ କରାଇବାକୁ ଚେଷ୍ଟା କରିଥିଲା |


ପ୍ରମିଳା ଏବେ ନେନ୍ଦୁରବାର ସହରରେ ରହୁଛନ୍ତି | ୧୯୯୫ ମସିହାରେ ପ୍ରମିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା | ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରମିଳା ବହୁତ କଷ୍ଟ କରି ପୁଅମାନଙ୍କୁ ପାଠ ପଢ଼ିଥିଲେ | ୨ ପୁଅ ପାଠ ପଢି ଭଲ ଚାକିରୀ ମଧ୍ୟ କଲେ | ତେବେ କୌଣସି କାରଣବଶତଃ ପୁଅମାନେ ପ୍ରମିଳାଙ୍କ ଠାରୁ ଅଲଗା ହୋଇଯାଇଥିଲେ | ଏହାପରେ ମହିଳା ନିଜ ପେଟପାଟଣା ପାଇଁ ପର ଘରେ କାମ କରିବା ଆରମ୍ଭ କରିଥିଲେ |

Ankush Avhad ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಸೋಮವಾರ, ಏಪ್ರಿಲ್ 1, 2019


ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ କିଛି ବର୍ଷ ପ୍ରମିଳା ଜାଣିନଥିଲେ ଯେ, ତାଙ୍କ ପୁଅମାନେ କେଉଁଠି ରୁହନ୍ତି | ଗତ ସପ୍ତାହରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା | ଭିଡିଓରେ ପ୍ରମିଳା କହିଥିଲେ ଯେ, ତାଙ୍କ ବଡପୁଅ ସତୀଶ ପୱାର ପୋଲିସ ବିଭାଗରେ ଉପ-ନିରୀକ୍ଷକ ଅଛନ୍ତି ଏବଂ ସାନପୁଅ ମହାରାଷ୍ଟ୍ର ରାଜ୍ୟ ପରିବହନ ନିଗମରେ କାର୍ଯ୍ୟରତ ଅଛନ୍ତି | ନାସିକ ପୋଲିସର ଆୟୁକ୍ତ ବିଭଗ ଅଧିକାରୀ ନାଙ୍ଗରେ ପାଟିଲ ମଧ୍ୟ ପ୍ରମିଳାଙ୍କ ଏହି ଭାଇରାଲ ଭିଡିଓ ଦେଖିଥିଲେ | ଏହାପରେ ସେ ଅଧିକାରୀଙ୍କୁ ପ୍ରମିଳାଙ୍କ ପୁଅଙ୍କ ପତା ଲଗାଇବାକୁ ନିର୍ଦେଶ ଦେଇଥିଲେ |


ନାସିକ ପୋଲିସ ବିଭାଗରେ ପ୍ରମିଳାଙ୍କ ବଡପୁଅ ମିଳିଳେନାହିଁ | ପରେ ପତା କରିବାରୁ ଜଣାପଡିଲା ଯେ,ଏ ସେ ସେଲ୍ସ ଟ୍ୟାକ୍ସ ବିଭାଗ କାର୍ଯ୍ୟାଳୟର ଜିଏସଟି ବିଭାଗରେ ଅଛନ୍ତି | ଏହାପରେ ମଙ୍ଗଳବାର ଦିନ ପ୍ରମିଳା ଏବଂ ତାଙ୍କ ବଡପୁଅ ସତୀଶ ପୱାରଙ୍କୁ ପୋଲିସ ଆୟୁକ୍ତ କାର୍ଯ୍ୟାଳୟକୁ ଡାକିଥିଲେ | ପ୍ରମିଳା ଏବଂ ସତୀଶ ପୋଲିସ କାର୍ଯ୍ୟାଳୟରେ ପହଂଚିଥିଲେ | ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଆପୋଷ ବୁଝାମଣା କରିବାକୁ ପୋଲିସ ଅଧିକାରୀ କହିଥିଲେ | ଏହାପରେ ଉଭୟଙ୍କ ମଧ୍ୟରେ ଯାହା ମନୋମାଳିନ୍ୟ ଥିଲା ସବୁ ଦୂର ହୋଇଯାଇଥିଲା | ପ୍ରମିଳା ମଧ୍ୟ ନିଜ ପୁଅକୁ କ୍ଷମା କରିଦେଇଥିଲେ ଏବଂ ନିଜ ମା’ଙ୍କୁ ନିଜ ସହ ଘରକୁ ନେଇଯାଇଥିଲେ |

   Related Posts