Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ଝିଅର ଓଢଣୀରେ ଝୁଲି ମା’ର ଆତ୍ମହତ୍ୟା…

28/07/2020 at 12:56 PM

ଭୁବନେଶ୍ୱର ୨୮।୦୭: ଝିଅର ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ ହୁକରେ ଝୁଲି ମା’ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ରୁନୁ ପାଢ଼ୀ (୪୫) । ସ୍ୱାମୀଙ୍କ ନାମ ମାର୍କଣ୍ଡ ପାଢ଼ୀ । ଘର ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ । ସେ ତମାଣ୍ଡୋରେ ଭଡ଼ାରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ସୋମବାର ଦିନ ସକାଳେ ରୁନୁ ଫୁଲ ତୋଳିବା ଠାରୁ ଆରମ୍ଭ କରି ଠାକୁର ପୂଜା ଓ ଚା’ ଜଳଖିଆ ପ୍ରସ୍ତୁତ କରିଥିଲେ । ବଡ଼ପୁଅ ଅଟୋ ନେଇ ଘରୁ ବାହାରି ଯାଇଥିଲେ । ସୋମବାର ହେତୁ ତମାଣ୍ଡୋ ମହାଦେବଙ୍କ ମନ୍ଦିରକୁ ଭୋଗ କରିବାକୁ ପଠାଇ ଦେଇଥିଲେ । ସକାଳ ପ୍ରାୟ ୯ଟା ବେଳେ ସେ ଘର କବାଟ ଦେଇ ଝିଅର ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ ହୁକରେ ଝୁଲି ପଡ଼ିଥିଲେ । ମନ୍ଦିରରୁ ଝିଅ ଆସି ଦେଖିବା ବେଳକୁ ରୁନୁ ଓଢ଼ଣିରେ ଝୁଲୁଥିଲେ । ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଉଠି ଆସିଥିଲେ ।

ଓଢ଼ଣିକୁ କାଟି ଜୀବନ ଥିବାରୁ ତାଙ୍କୁ ଏମ୍‌ସ ହସ୍ପିଟାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଖବର ପାଇ ତମାଣ୍ଡୋ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏନେଇ ପୁଲିସ ରୁନୁଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକେ ଗଞ୍ଜାମରୁ ଆସି ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ତେବେ କେଉଁ କାରଣ ପାଇଁ ରୁନୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ଋଣଗ୍ରସ୍ତ କାରଣରୁ ରୁନୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।

   Related Posts