ଦୁଇ ପୁଅଙ୍କୁ ମୃଦୁ ପାନୀୟରେ ବିଷ ମିଶାଇ ଦେବାପରେ ମଦରେ ବିଷ ମିଶାଇ ପିଇଦେଲେ ମହିଳା : ମା’ ଓ ଜଣେ ପୁଅ ମୃତ, ଆଉଜଣେ ଜୀବନ ସହ କରୁଛି ସଂଗ୍ରାମ

Published By : Prameya-News7 Bureau | September 07, 2019 IST

ମାଲକାନଗିରି ୭|୯: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଥାନା ଅନ୍ତର୍ଗତ ତେଲେରାଇ ଆଦିବାସୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୂକେ ପଡିଆମି ନାମକ ଜଣେ ୩୨ବର୍ଷ ବୟସର ବିଧବା ମହିଳା ଦୁଇ ଛୁଆଙ୍କୁ ବିଷ ପିଆଇବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମହିଳାଙ୍କ ସ୍ବାମୀ ତେଲେରାଇ ଗାଁର ସିଙ୍ଗା ପଡିଆମି ଟିବି ରୋଗରେ ତିନି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ ।

{"id":154285}

ସୂଚନାଯୋଗ୍ୟ ଯେ, ମୂକେ ପଡିଆମି ତାଙ୍କ ଦୁଇ ପୁଅ-ଆଠ ବର୍ଷ ବୟସର ଦେବେନ୍ଦ୍ର ପଡିଆମି ଓ ଛଅ ବର୍ଷ ବୟସର ମୁନା ପଡିଆମିଙ୍କୁ ପେପ୍‌ସୀ ମୃଦୁପାନୀୟରେ ବିଷ ମିଶାଇ ପିଆଇବା ପରେ ନିଜେ ଦେଶୀ ମହୁଲି ମଦରେ ବିଷ ମିଶାଇ ପିଇଦେଇଥିଲେ । ଫଳରେ ମହିଳା ଓ ତାଙ୍କ ସାନ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ବଡ ପୁଅ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

{"id":154287}

ଆଠ ବର୍ଷ ବୟସର ପୁଅ ଦେବେନ୍ଦ୍ର ପଡିଆମିକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ  ଉଦ୍ଧାର  କରି କାଲିମେଳା  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।  ପାରିପାର୍ଶ୍ବିକ ପରିସ୍ଥିତିରୁ ମିଳିଥିବା ସୂଚନା ଅନୁଯାୟୀ ବିଧବା ମୂକେ ପଡିଆମି ଶାଶୁ ଶ୍ବଶୁରଙ୍କର ନିର୍ଯ୍ୟାତନା ଓ ଦାରିଦ୍ର୍ୟ ଯୋଗୁଁ ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା  କରିଥିବାର ସନ୍ଦେହ କରାଯାଉଛି । ତେଲେରାଇରେ ପହଞ୍ଚି  ପୋଲିସ ତଦନ୍ତ ଆରମ୍ଭ କରିଛି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.