ଦୁଇ ଛୁଆଙ୍କୁ ବିଷ ଦେଇ ନିଜେ କାହିଁକି ଆତ୍ମହତ୍ୟା କଲା ସୀତା ମାଡକାମୀ ? ଏଥିପାଇଁ ଦାୟି କିଏ

Published By : Prameya-News7 Bureau | June 30, 2019 IST

ମାଲକାନଗିରି ୩୦|୬: ସରକାର ସାରା ଦେଶରେ ଗୋଟିଏ ରେସନ କାର୍ଡ କରି କେମିତି ସୁବିଧାରେ ରେସନ ଦେବେ ସେ କଥା ଚିନ୍ତା କରୁଛନ୍ତି।ଗରୀବ ଲୋକଙ୍କ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି ଡିଣ୍ଡିମ ପିଟୁଛନ୍ତି। ଏବେ ଦେଖନ୍ତୁ ମାଲକାନଗିରି ଘଟଣା ସରକାରଙ୍କ କାର୍ଯ୍ୟଧାରାର ମୁଖା ଖୋଲି ଦେଉଛି।   ଆର୍ଥିକ ଅନାଟନ ଯୋଗୁଁ ନିଜର ଦୁଇ ପିଲାଙ୍କୁ ବିଷ ଦେବା ପରେ ମାଆ ବିଷ ପିଇ ଆତ୍ମ ହତ୍ୟା କରିଛି । ଜିଲ୍ଲା ସଦର ଚିକିତ୍ସାଳୟରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇ ସନ୍ତାନଙ୍କ ଚିକିତ୍ସା ଚାଲିଛି ।

{"id":129180}

ସବୁ ଦୁଃଖ ଜଞ୍ଜାଳକୁ ଶେଷ କରି ଶେଷରେ ଆଖି ବୁଜିଦେଲେ ସୀତା ମାଡ଼କାମି । ମାଲକାନଗିରି ହସ୍ପିଟାଲରେ ପଡ଼ିଛି ତାଙ୍କର ମୃତଦେହ। ଆଉ ସେପଟେ ଜୀବନ ସହ ସଂଘର୍ଷ କରୁଛନ୍ତି ତାଙ୍କର ଦୁଇ ସନ୍ତାନ ।  ଦୁଇ ସନ୍ତାନକୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଛନ୍ତି ସୀତା ମାଡ଼କାମି । ପ୍ରଶ୍ନ ସୀତା ମାଡ଼କାମି ଏଭଳି ଚରମ ପଦକ୍ଷେପ କାହିଁକି ନେଲେ?  କଣ ଏହାର କାରଣ ଏବଂ ଏଥିପାଇଁ କେଉଁମାନଙ୍କ ଦାୟୀ?  

{"id":129181}

ଏସବୁ ଆପଣ ହିଁ ଜାଣିପାରିବେ।  ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତର ଗୋରେଇଗୁଡା ଗାଁରେ ଏ ହେଉଛି ସୀତା ମାଡ଼କାମିଙ୍କ ଘର । ଗତକାଲି ରାତିରେ ନିଜର ଦୁଇଟି ସନ୍ତାନ ୭ ବର୍ଷର ପୁଅ ଦେବେନ୍ଦ୍ର ମାଡକାମି ଓ ୫ ବର୍ଷର ଝିଅ ଧରିତ୍ରୀ ମାଡକାମିକୁ ବିଷ ଦେବା ପରେ ସେ ନିଜେ ବିଷ ପିଇଦେଇଥିଲେ । ହେଲେ ରାତିରେ ପିଲାଙ୍କ ଚିତ୍କାର ଶୁଣି ଗାଁ ଲୋକେ ତୁରନ୍ତ ୩ ନଜଣଙ୍କୁ  ହସ୍ପିଟାଲକୁ ନେଇଥିଲେ। ସେଠାରେ ସୀତାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇ ସନ୍ତାନଙ୍କ ଚିକିତ୍ସା ଚାଲିଛି ।

{"id":129182}

ନିଜ ସନ୍ତାନଙ୍କୁ ଦିଓଳି ଖାଇବାକୁ  ନଦେଇ ପାରି ଏଭଳି ଚରମ ପଦକ୍ଷେପ ନେଇଛନ୍ତି ସୀତା ମାଡ଼କାମି । ପ୍ରଶ୍ନ ଆସିବ ସ୍ବାମୀ କୁଆଡ଼େ ଗଲେ। । ଗତ ଦୁଇ ବର୍ଷ ଧରି ସ୍ବାମି ମୁକା ମାଡକାମି ଟି.ବି. ରେ ଆକ୍ରାନ୍ତ ହୋଇ ଦୁଇ ମାସ ତଳେ ପ୍ରାଣ ହରାଇଛନ୍ତି । ଦ୍ବିତୀୟ ପ୍ରଶ୍ନ ଆସିବ କାହିଁକି ଖାଦ୍ୟ ସୁରକ୍ଷା ଯୋଜନା କୁଆଡ଼େ ଗଲା କି? ଏବେ ଦେଖନ୍ତୁ ତାଙ୍କର ସେହି ରେସନ କାର୍ଡ। ଏଥିରେ ସ୍ପଷ୍ଟ ଦେଖାଯାଉଛି ତାଙ୍କୁ ପ୍ରତି ଦୁଇ ମାସରେ ଚାଉଳ ମିଳିଛି।ମାସକୁ ୧୦ କିଲୋ ଲେଖାଏଁ ସେ ପୁଣି ଅନିୟମିତ ଢଙ୍ଗରେ। ଏବେ ସୀତାମାଡ଼ କାମିଙ୍କ ଘର ଦେଖନ୍ତୁ। କାନ୍ଥ ନାହିଁ। ପଲିଥିନକୁ ଘୋଡ଼େଇ ପୂରା ପରିବାର ରହୁଥିଲେ। ଦିର୍ଘ ଦିନ ଧରି ମାନସିକ ଚାପରେ ରହିବା ପରେ ସିତା ଏପରି କାଣ୍ଡ କରିଥିବା ଗାଁ ଲୋକେ କହିଛନ୍ତି ।

{"id":129183}

ଏବେ ଆପଣ କୁହନ୍ତୁ ସୀତା ମାଡ଼କାମିଙ୍କ  ଏହି ଘଟଣା ପାଇଁ କାହାକୁ ଦାୟୀ କରାଯିବ । ସୀତାଙ୍କ ଭଳି ଆଦିବାସୀମାନେ କେମିତି ଖାଦ୍ୟାଭାବରୁ ସଙ୍କଟରେ ନପଡ଼ନ୍ତି କେନ୍ଦ୍ରରୁ ରାଜ୍ୟ ସରକାର ପ୍ରତିଯୋଗିତା କରି ଯୋଜନାମାନେ ଘୋଷଣା କରିଛନ୍ତି। କିନ୍ତୁ ସରକାରୀ ବାବୁମାନେ ସରକାରୀ ନେତାମାନେ ଉତ୍ତର ଦିଅନ୍ତୁ ଯେ ଏସବୁ ଯୋଜନା ସୀତାଙ୍କ କାମରେ ନ ଆସିବା ପାଇଁ ସେମାନେ ଦାୟୀ ନୁହନ୍ତି କି।

{"id":129184}

ମାଲକାନଗିରିରେ ଏମିତି ସୀତା ମାଡ଼କାମିଙ୍କ ସଂଖ୍ୟା ଆହୁରି ବି ଥାଇପାରେ। ସେମାନଙ୍କ ଉପରେ କିଏ ଦୃଷ୍ଟି ରଖିଛି। ସୀତା ତ ଏକ ଚରମ ପଦକ୍ଷେପ ନେଇ ଆରପାରିକୁ ଚାଲିଗଲେ। ଏବେ ସରକାର ତାଙ୍କର ଦୁଇ ପିଲାଙ୍କ ଚିକିତ୍ସା ଠାରୁ ବଞ୍ଚିବାର ଦାୟିତ୍ବ ନେଇ ଦୋଷମୁକ୍ତ ହୁଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.