ନଦୀରେ ବୁଡି ମା ପୁଅଙ୍କ ମୃତ୍ୟୁ

Published By : Prameya-News7 Bureau | September 29, 2018 IST

ଗଂଜାମ ୨୯/୯ : ଦିଗପହଣ୍ଡି ଘୋଡାହାଡ଼ ନଦୀରେ ମା ଓ ପୁଅ ସଲିଳ ସମାଧି । ପନାଡ଼ ଗ୍ରାମର ସୁଧାଂଶୁ ମହାରଣା (୯) ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ହେତୁ ବୁଡିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ବାଳକଙ୍କ ମା ସୁଷମା ମହାରଣା(୩୫) ମଧ୍ୟ ବୁଡିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.