ନିଜ ଝିଅକୁ ନିଜ ପ୍ରେମିକ ସହ ମିଶି ବିକ୍ରି କରିଦେଲା ମାଆ

Published By : Prameya-News7 Bureau | March 25, 2019 IST

ଫିରୋଜପୁର ୨୫/୩-ଟଂକା ପାଇଁ ମାଆ ବି ବିକ୍ରି କରିଦେଲା ନିଜ ଯୁବତୀ ଝିଅକୁ ।  ମାଆ  ଏକା ନୁହେଁ ନିଜ ଧରମବାପା ସହ ସଲାସୁତରା ହୋଇ କଲା ଏହି କାମ ।

ଏଭଳି ଅଭାବନୀୟ ଘଟଣା ପଂଜାବ ଫିରୋଜପୁର ଅଂଚଳରେ । ଜଣେ ମାଆ  ନିଜର ୨୩ ବର୍ଷ ବୟସ୍କ ଝିଅକୁ ବିକ୍ରିକରି ଘଟଣା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ସତ୍ୟପାଲ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଝିଅକୁ ବିକ୍ରି କରିଦେଇଥିଲେ ମାଆ । ସତ୍ୟପାଲ ସିଂ ଯୁବତୀଙ୍କୁ କିଣି ନେବା ପରେ ଆହରୁ ଦଶ ଜଣଙ୍କ ସହ ମିଶି କରିଥିଲେ ଦୁଷ୍କର୍ମ । ଯୁବତୀ ସତ୍ୟପାଲ ଓ ତାଙ୍କ ସାଙ୍ଗଙ୍କ ଯୌନ ନିର୍ଯ୍ୟାତନା ସହି ନପାରି ଲୁଚି ପଳାଇ ଆସିଥିଲେ । ଲୁଚି ପଳାଇଆସିବା ପରେ ଯୁବତୀଙ୍କୁ ତାଙ୍କ  ମାଆ ନେଇ ସତ୍ୟପାଲ ସିଂ ପାଖରେ ଛାଡ଼ିଦେଇଆସିଥିଲା ।

ଯୁବତୀ ଏହି ଘଟଣାରେ କାହାକୁ ଆଉ ବିଶ୍ଵାସ କରି ନଥିଲା । ଗୁରୁପାଲ ସିଂ ନାମକ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ପାଖରେ ପହଂଚିଥିଲେ ଯୁବତୀ  । ଗୁରୁପାଲ ସିଂ ଯୁବତୀଙ୍କୁ ଆଶ୍ରୟ ଦେବା ପରେ ତାଙ୍କୁ ମଧ୍ୟ ଧମକାଇଥିଲେ ।  ଗୁରୁପାଲ ଏହି ଘଟଣାରେ ଥାନାରେ ଏତାଲା ଦେଇଥିଲେ । ସତ୍ୟପାଲ ଆଉ ଦଶ ଜଣଙ୍କ ନାଁରେ ଦୁଷ୍କର୍ମ ମାମଲା ଦାୟର କଲାପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ସତ୍ୟପାଲ ସମେତ ଦଶଜଣ ଫେରାର ଥିବା କଥା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.