Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପରିବାର ଲୋକଙ୍କ ଅଗୋଚରରେ ୮ଦିନର ପୁତ୍ର ସନ୍ତାନକୁ ୨୫ହଜାର ଟଙ୍କାରେ ବିକ୍ରି କରିଦେଲା ମାଁ, ଜଣନ୍ତୁ କାରଣ

13/09/2019 at 7:04 PM

ବାଲେଶ୍ବର୧୩|୯: ବାଲେଶ୍ବର ଦର୍ଘ ପଡ଼ିଆ ନିକଟରେ ରହୁଥିବା ସେକ ପିରୁ ଓ ତାଙ୍କର ସ୍ତ୍ରୀ ହୁସୁନାତୁନ୍ ବିବି ସେମାନଙ୍କ ଷଷ୍ଠ ଗର୍ଭର ପୁତ୍ର ସନ୍ତାନକୁ ୨୫ହଜାର ଟଙ୍କାରେ ବିକ୍ରି କରିଦେଇଥିବା ସ୍ବୀକାର କରିଛନ୍ତି।

ଏହା ପୂର୍ବରୁ ସେମାନେ ତାଙ୍କର ଆହୁରି ୨ଟି ପୁତ୍ର ସନ୍ତାନକୁ ବିକ୍ରି କରିଦେଇଥିଲେ ବୋଲି ଆଲୋଚନା ହେଉଛି । ଆଜି ସେମାନେ ଯେଉଁ ପିଲାଟିକୁ ବିକ୍ରି କଲେ ସେ ୮ଦିନର ଥିଲା। ଦାରିଦ୍ର୍ୟ ପାଇଁ ସେମାନେ ପିଲାଟିକୁ ବିକ୍ରି କରିଦେଇଥିବା କହୁଥିଲେ ମଧ୍ୟ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏହା ଦାରିଦ୍ର୍ୟ ପାଇଁ ନୁହେଁ ବୋଲି କହିଛନ୍ତି । ପରିବାରର ଅନ୍ୟ ସଦସ୍ୟମାନେ ଏହି ଛୁଆ ବିକ୍ରିକୁ ବିରୋଧ କରିଛନ୍ତି । ସମସ୍ତଙ୍କ ଅଗୋଚରରେ ଛୁଆ ବିକ୍ରି ହୋଇଥିବା କହିଛନ୍ତି ।  

ପିଲା ଜନ୍ମ ହେବାର ୨ମାସ ପୂର୍ବରୁ ସେମାନେ ଫୁଲ ବଜାରର କୁଟନ ନିକଟରୁ ୭ହଜାର ଟଙ୍କା ଆଣିଥିଲେ। ଆଜି କୁଟନ ୧୩ହଜାର ଟଙ୍କା ଦେଇ ପିଲାଟିକୁ ନେଇ ଯାଇଥିଲା ।

ଏହି ପିଲା ବିକ୍ରିରେ ସେଠାରେ ଗୋଟାଏ ରାକେଟ କାମ କରୁଥିବା ପରିବାର ବର୍ଗ କହିଛନ୍ତି। ପରିବାରର ଅନ୍ୟ ଲୋକମାନେ ଏହାକୁ ବିରୋଧ କରିଛନ୍ତି। ସେମାନେ ଥାନାରେ ଏହି ଅଭିଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।

   Related Posts