ମା',ଭଉଣୀ କାନ୍ଧରେ ନେଲେ ମଶାଣି, ମାତ୍ର ତିନି ମାସର ଝିଅ ବାପାଙ୍କୁ ଦେଲା ମୁଖାଗ୍ନୀ

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ୧୮/୧: ବାପାଙ୍କୁ ମୁଖାଗ୍ନୀ ଦେଲା ତିନି ବର୍ଷର ଝିଅ। ବାପାଙ୍କ ସ୍ନେହ ପାଇବା ଆଗରୁ ବାପା ଛାଡ଼ି ଚାଲିଗଲେ। ମାଆ, ଭଉଣୀ ଓ ବାପାଙ୍କ କରୁଣ ଚିତ୍କାରରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା। ସହିଦଙ୍କ ପାର୍ଥିବ ଶରୀରକୁ କାନ୍ଧରେ ନେଲେ ମାଆ ଆଉ ଭଉଣୀ। ରାଜକୀୟ ଢ଼ଙ୍ଗରେ ସହିଦଙ୍କ ଅନ୍ତିମ ଶବ ସଂସ୍କାର ଶେଷ ହୋଇଛି। ଲାଲ ରଞ୍ଜିତ ସିଂହଙ୍କୁ ନିଜ ଗାଁରେ ଶେ​‌ଷ ବିଦାୟ ଦିଆଯାଇଛି। ସହିଦଙ୍କ ଶେଷ ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଜାନୁଆରୀ ୧୩ ତାରିଖରେ ଜାମ୍ମୁ -କାଶ୍ମୀର ମାଛିଲ୍‌ ସେକ୍ଟରରେ ସିଂହ ସହିଦ୍‌ ହୋଇଥିଲେ।  ୧୨ ହଜାର ଫୁଟ୍ ଉଚ୍ଚ ଓ ୩୦ ଡିଗ୍ରୀ ତାପାମାତ୍ରାରେ ରଞ୍ଜିତ ଗସ୍ତ କରୁଥିଲେ। ଏହି ସମୟରେ ତାଙ୍କ ଉପରେ ହିମସ୍ଖଳନ ମାଡ଼ି ଯାଇଥିଲା।  ସେ ଭାରତୀୟ ସେନାର ୪୫ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟ କରୁଥିଲେ।

{"id":212892,"sizeSlug":"large"}

ଚାରି ଦିନ ପରେ ରଞ୍ଜିତଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ବିମାନ ଯୋଗେ ଅମୃତସରର ରାଜସାଂସୀ ଏୟାରପୋର୍ଟରେ ପହଞ୍ଚିଥିଲା। ଶୁକ୍ରବାର ସହିଦଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗାଁ ସିଦ୍ଦପୁର ନିଆଯାଇଥିଲା। ରାଇଫଲ୍ସର ଯବାନମାନେ ସହିଦଙ୍କୁ ସଲାମୀ ଦେଇଥିଲେ।

{"id":212893,"sizeSlug":"large"}

ରଞ୍ଜିତଙ୍କ ପାର୍ଥିବ ଶରୀର ଉପରେ ତ୍ରୀରଙ୍ଗା ପତାକା ଢ଼ାଙ୍କି ଗାଁରେ ଭ୍ରମଣ କରାଯାଇଥିଲା। ତାଙ୍କ ମା ରୀନା ଦେବୀ, ପିତା ହରବଂସ ସିଂହ, ପତ୍ନୀ ଦିୟା ଓ ଭଉଣୀ ଜୀବନ ଜ୍ୟୋତିଙ୍କ କରୁଣ ଚିତ୍କାରରେ ପୂରା ଗାଁ ଫାଟି ପଡ଼ୁଥିଲା। ସ୍ବାମୀଙ୍କ ଶବ ପାଖରେ ବସି ପତ୍ନୀ ବାହୁନି ବାହୁନି କାନ୍ଦିଥିଲେ। ତିନି ମାସର ପିଲା ବାପାଙ୍କୁ ଚିହ୍ନିବା ଆଗରୁ ସେ ଆରପାରିକୁ ଚାଲିଗଲେ।ମା ଓ ଉଭଣୀ ରଞ୍ଜିତଙ୍କ ଶବକୁ କାନ୍ଧରେ ମଶାଣି ନେଇଥିଲେ। ମାତ୍ର ତିନି ମାସର ଝିଅ ବାପାଙ୍କୁ ମୁଖାଗ୍ନୀ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.