ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୫ଟି କଥା : ଜାଣନ୍ତୁ କ’ଣ?

Published By : Prameya-News7 Bureau | June 19, 2019 IST

ପ୍ରତ୍ୟେକ ମାଆ ଚାହାନ୍ତି ଯେ ନିଜ ପିଲାଙ୍କ ଭବିଷ୍ୟତ କିପରି ଉଜ୍ବଳ ହେବ ଏବଂ ତାଙ୍କ ପିଲା କିପରି ଭଲ ମଣିଷ ହେବ। ଏଥିପାଇଁ ପ୍ରତ୍ୟେକ ମାଆ ନିଜ ପିଲାଙ୍କୁ ସ୍କୁଲ୍ ପଠାଇଥାଆନ୍ତି। କିନ୍ତୁ ନିଜ ପିଲାଙ୍କୁ ସ୍କୁଲକୁ ପଠାଇବା ସମୟରେ ଏକ ମାଆକୁ ଅନେକ କଥା ପ୍ରତି ଧ୍ୟାନ ଦେବାର ଆବଶ୍ୟକ ପଡ଼ିଥାଏ ଯାହା ତାଙ୍କ ସାମାଜିକ ବିକାଶ ସୁରକ୍ଷା ଦିଗରେ ସାହାଯ୍ୟ କରିଥାଏ। ଆଜିକାଲି ଛୋଟ ଛୁଆଙ୍କୁ ସବୁଠୂ ପ୍ରଥମେ ପ୍ଲେ ସ୍କୁଲ୍ ପଠାଯାଉଛି। ଏପରି ପରିସ୍ଥିତିରେ ସବୁଠୁ ଅଧିକ ମାଆକୁ ନିଜ ପିଲାର ଯତ୍ନ ନେବାକୁ ପଡ଼ିଥାଏ। ଏଥିପାଇଁ ଆଜି ଆମେ ଜାଣିବା ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ମାଆକୁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ।

{"id":124853,"width":595,"height":445}

୧.ଭାଷା : ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କ ଚିନ୍ତା ଥାଏ ସେ କାଳେ ତାଙ୍କ ପିଲା ଖରାପ ଭାଷା ନଶିଖିଯାଆନ୍ତୁ। ଆଜିକାଲି ଅଧିକାଂଶ ପିଲା ଅନେକ ଭାଷା ଭଲଭାବେ କହିପାରୁଛନ୍ତି। ସ୍କୁଲରେ ଯଦି ଶିକ୍ଷକ ଉପଯୁକ୍ତ ଶିକ୍ଷାଦାନ ନକରିବେ ତେବେ ପିଲାଙ୍କ ଭାଷାଜ୍ଞାନ ଦୁର୍ବଳ ହୋଇଯିବ। ଏଥିପାଇଁ ଆପଣ ଏହି କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ ଯେ ଶିକ୍ଷକ ଭାଷା ଜ୍ଞାନ ପ୍ରତି ଉପଯୁକ୍ତ ପ୍ରଶିକ୍ଷଣ ଦେଉଥିବା ଉଚିତ୍।

{"id":124854,"width":595,"height":340}

୨.ଡରାଇବା ଏବଂ ଧମକାଇବା : ଖେଳୁଥିବାବେଳେ ପିଲା ପରସ୍ପର ସହିତ ଝଗଡ଼ା ଏବଂ ଲଢ଼େଇ କରୁଥାଆନ୍ତି କିନ୍ତୁ ଅନ୍ୟ ପିଲା ଆପଣଙ୍କ ପିଲାଙ୍କୁ ହଇରାଣ କରିବା ଡର ଆପଣଙ୍କୁ ସବୁବେଳେ ଘାରିଥାଏ। ଅଧିକାଂଶ ସ୍କୁଲ୍ ଯାଉଥିବା କିଛି ପିଲାଙ୍କୁ ସ୍କୁଲ୍ ଯିବାର ମନ ହୁଏ ନାହିଁ। ଏଥିପାଇଁ ଆପଣଙ୍କ ପିଲାଙ୍କ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କୈାଣସି ପ୍ରକାରର ଫରକ ଦେଖିଲେ ସ୍କୁଲ୍ କର୍ମଚାରୀ,ଅଧ୍ୟାପକଙ୍କ ସହ ଏହି ବିଷୟରେ କଥାବାର୍ତ୍ତା କରନ୍ତୁ।

{"id":124851,"width":597,"height":314}

୩.ପରିଷ୍କାର-ପରିଚ୍ଛନ୍ନତା : ଆପଣ ନିଜର ପାଣି ବୋତଲ,ସିପର ଏବଂ ଆପଣଙ୍କ ପିଲା ଯେଉଁ ଖେଳନାରେ ଖେଳିଥାଏ କିମ୍ବା ପାଟିରେ ପୂରାଇଥାଏ। ଏହାକୁ ଫୁଟାଇ ସଫା କରିବେ ଏବଂ ଏହି କଥାକୁ ବି ଧ୍ୟାନ ରଖିବେ ଯେ ସେଗୁଡ଼ିକ ଛୁଇଁବା ପୂର୍ବରୁ ଆପଣ ନିଜର ହାତକୁ ଭଲ ଭାବେ ଧୋଇଛନ୍ତି କି ନାହିଁ। କିନ୍ତୁ ଆପଣଙ୍କ ପିଲାଙ୍କ ସ୍କୁଲରେ କ’ଣ ସମସ୍ତ ଛୁଆ ଏବଂ ଶିକ୍ଷକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖୁଛନ୍ତି କି ନାହିଁ। ଏଥିପାଇଁ ଆପଣଙ୍କ ପିଲାଙ୍କୁ ସ୍କୁଲରେ ଭର୍ତ୍ତି କରିବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ସେଠାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖାଯାଉଛି ନା ନାହିଁ।

{"id":124855,"width":596,"height":263}

୪.ଶିଷ୍ଟାଚାର : ଆପଣ ଏବେ ଯାଏଁ ଆପଣଙ୍କ ପିଲାଙ୍କୁ ନମସ୍ତେ,ପ୍ଲିଜ,ଥ୍ୟାଙ୍କ ୟୁ ଏବଂ ସରି କହିବା ଶିଖାଇସାରିଥିବେ କିନ୍ତୁ ଏହି କଥା ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ ଯେ ଆପଣଙ୍କ ପିଲା ଉପଯୁକ୍ତ ଶିଷ୍ଟାଚାର ଶିଖିଛି କି ନାହିଁ।

{"id":124856,"width":596,"height":335}

୫.ସୁରକ୍ଷା : ଯେଉଁ ସ୍କୁଲରେ ଆପଣଙ୍କ ପିଲା ପଢ଼ିବାକୁ ଯାଇଥାଏ ତାହା କେତେ ସୁରକ୍ଷିତ। ଆପଣଙ୍କ ପିଲାର ସୁରକ୍ଷା ଆପଣଙ୍କ ପ୍ରଥମ ପ୍ରାଥବିକତା ହେବା ଆବଶ୍ୟକ।

{"id":124857,"width":597,"height":300}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.