Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ପିଲାଙ୍କ ଭୋକ ପାଇଁ ଲଣ୍ଡା ହେଲେ ବିଧବା ମାଆ, ପଢ଼ନ୍ତୁ ପୂରା କାହାଣୀ..

12/01/2020 at 3:10 PM

ଚେନ୍ନାଇ୧୨/୧: ବର୍ତ୍ତମାନ ସମାଜରେ ପିଲାମାନେ ନିଜ ବାପା-ମାଆଙ୍କ କଥା ବୁଝିବା ସେମାନଙ୍କ ପକ୍ଷେ ବହୁତ କଷ୍ଟକର। ଏମିତି କି ପିଲାଙ୍କ ନିର୍ଯାତନା ସହି ନ ପାରି ବାପା-ମାଆ ବୃଦ୍ଧାଶ୍ରମକୁ ଚାଲି ଯାଉଛନ୍ତି। ଏହି ସମୟରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସଂପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭୋକରେ ପିଲାଙ୍କ ଡହଳ ବିକଳ ସହି ନ ପାରି ଲଣ୍ଡା ହେଲେ ମାଆ। ମାତ୍ର ୧୫୦ ଟଙ୍କାରେ ନିଜର କେଶ ବା ଚୁଟି ବିକ୍ରି କରି ପିଲାଙ୍କୁ ଖାଇବାକୁ ଦେଲେ ମାଆ। ଆଜିର ସମାଜରେ ପିଲାଙ୍କୁ ଲାଳନ ପାଳନ କରିବା କେତେ ଯେ କଷ୍ଟ ତାହା କେବଳ ବାପା-ମାଆ ହିଁ ଜାଣିଥିବେ। ଏଭଳି ଦୁଃଖଦ ଘଟଣା ତାମିଲନାଡ଼ୁର ଚେନ୍ନାଇରେ ଘଟିଛି।

ସୂଚନାଯୋଗ୍ୟ ଯେ ସାତ ବର୍ଷ ତଳେ ତିନୋଟି ପିଲାର ମାଆ ପ୍ରେମାଙ୍କ ସ୍ବାମୀ ଆତ୍ମହତ୍ୟା କରି ଦେଇଥିଲେ। ଏକା ମଣିଷ ପୁଣି ସାଙ୍ଗରେ ତିନୋଟି ପିଲା। ଘର ଚଳାଇବା ଏବଂ ପିଲାଙ୍କୁ ଭଲରେ ରଖିବା ପାଇଁ ପ୍ରେମାଙ୍କ ପାଖରେ ଟଙ୍କା କି ସୁନା, ଗହଣା କିଛି ବି ନାହିଁ। କେବଳ ତାଙ୍କ ପାଖରେ ଥିଲା ମୁଣ୍ଡର କେଶ ବା ଚୁଟି। ପ୍ରେମା ଲଣ୍ଡା ହୋଇ ନିଜ ଚୁଟି ବିକ୍ରି କରି ୧୫୦ ଟଙ୍କାରେ ତିନୋଟି ପିଲାଙ୍କୁ ଖାଇବାକୁ ଦେଇଥିଲେ।

ପିଲାଙ୍କ ଭୋକ ପାଇଁ ପ୍ରେମା ଲଣ୍ଡା ହେବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ତିନୋଟି ପିଲାଙ୍କର ବୟସ, ପାଞ୍ଚ, ତିନି ଓ ଦୁଇ ବର୍ଷ। ପ୍ରେମାଙ୍କ କହିବା ଅନୁସାରେ ପିଲାଙ୍କୁ ଖାଇବାକୁ ଦେବେ ବୋଲି ପଡ଼ିଶା ଘର ଲୋକଙ୍କୁ ସାହାଯ୍ୟ ମାଗି ଥିଲେ। ହେଲେ ପଡ଼ିଶା ଘର ଲୋକ ତାଙ୍କୁ ସାହାଯ୍ୟ କରି ନ ଥିଲେ।

ପ୍ରେମା ନିଜ ଦୁଃଖ କାହାଣୀ ମଧ୍ୟ କହିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରେମା ଆତ୍ମହତ୍ୟା କରିବା ପାଇଁ ବହୁତ ଥର ଚେଷ୍ଟା କରିଥିଲେ। ହେଲେ ତିନୋଟି ପିଲାଙ୍କ ମୁହଁକୁ ଅନାଇ ସେ ଆତ୍ମହତ୍ୟା କଥା ଭୁଲି ଯାଇଥିଲେ। ଜଣେ ବିଧବା ମହିଳା ଏକାକି ତିନୋଟି ପିଲାଙ୍କୁ ମଣିଷ କରିବା କାଠିକର ପାଠ। ତଥାପି ପ୍ରେମା ହାରି ନାହାନ୍ତି। ଜୀବନ ସହ ସଂଘର୍ଷ କରି ତିନୋଟି ପିଲାଙ୍କୁ ମଣିଷ କରିବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି।

   Related Posts