Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଚୂଲିରେ ଜଳିଲା ମମତା: କାନ୍ଦିଲା ବୋଲି ୫ ମାସର କୁନି ପୁଅକୁ ପୋଡ଼ି ମାରିଦେଲା ମା’

28/12/2020 at 8:57 PM

ଭୋପାଳ ୨୮/୧୨: ମା’ ନିଜ ମମତାକୁ ଚୂଲିରେ ଜାଳି ମାରିଦେଲା। ପୁଅ ବାରମ୍ବାର କାନ୍ଦିଲା ବୋଲି ନିଜର ୫ ମାସର କୁନି ପୁଅକୁ ପୋଡ଼ି ମାରିଦେଲା ମା’। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ ଘଟିଛି। ରାଜ୍ୟ ରାଜଧାନୀ ଭୋପାଳରୁ ୭୮୦ କିଲୋମିଟିର ଦୂରରେ ଘଟିଥିବା ଏହି ଘଟଣା ଦେଶରେ ଚହଳ ପକାଇଛି।

ପୁଅକୁ ପୋଡ଼ି ମାରିବା ଘଟଣାରେ ରବିବାର ଦିନ ପୋଲିସ ୨୭ ବର୍ଷୀୟ ଗୁଡି ସିଂହ ଗୋଣ୍ଡକୁ ଗିରଫ କରିଛି। ତେବେ ଅଭିଯୁକ୍ତ ମା’ ଜଣେ ମାନସିକ ଅସନ୍ତୁଳିତ ମହିଳା ବୋଲି ପୋଲିସ କହିଛି। ନିଜ ଦୋଷ ସ୍ବିକାର କରିଥିଲେ ବି ଅଧିକ କିଛି କହିପାରିନଥିଲା ଅଭିଯୁକ୍ତ। ତେଣୁ ତାଙ୍କୁ କାଉନସେଲରଙ୍କ ହେପାଜତରେ ରଖାଯାଇଛି।

ଶନିବାର ମହିଳାଙ୍କ ଶାଶୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ନାତି କାନ୍ଦିଲା ବୋଲି ବୋହୂ ତାକୁ ପୋଡ଼ିକି ମାରିଦେଇଛି ବୋଲି ଶାଶୁ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଡ଼ିଯାଇଥିବା ଶିଶୁକୁ ଉଦ୍ଧାର କରି ଏକ କପଡ଼ା ଗୋଡ଼ାଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଗିରଫ ହେବା ପରେ ଅଭିଯୁକ୍ତ ମା’ ଗୁଡି କହିଥିଲା ଯେ, ସେ କେତେବେଳେ ଓ କିପରି ତା ପୁଅକୁ ନିଆଁ ଲଗାଇଲା ସେନେଇ ଜାଣିନାହିଁ। ଗୁଡିର ୩ଟି ପିଲା ଅଛନ୍ତି। କିନ୍ତୁ ପୁଅ ଜନ୍ମ ଦେବା ପରେ ଗୁଡିର ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ବୋଲି ଶାଶୁ ଶ୍ରୀପାଲ ସିଂହ କହିଛନ୍ତି। ତେବେ ଗୁଡି ତନ୍ତ୍ର ବିଦ୍ୟା ପାଇଁ ନିଜ ପୁଅକୁ ଜାଳିଛି ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ପୋଲିସ ଏନେଇ ତଦନ୍ତ କରୁଥିବା ସିଙ୍ଗରୌଲି ଏସପି ବିରେନ୍ଦ୍ର ସିଂହ ବଘେଲ କହିଛନ୍ତି।

   Related Posts