କୁନି ପୁଅ ହାତରେ ତାଲିକା ଧରେଇଦେଇ ପରିବା ଆଣିବାକୁ ପଠାଇଲା ମା': ଲୋକଙ୍କ ମନ ଜିତୁଛୁ ଶିଶୁର କ୍ୟୁଟ୍ ଏକ୍ସପ୍ରେସନ

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୦୭/୧୧ : ଛୋଟ ପିଲାମାନଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି। ଛୋଟ ପିଲାଙ୍କ ମଜାଳିଆ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ପିଲାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଦେଶୀ ଶିଶୁ ନଜର ଆସିଛି ଏବଂ ସେ ପରିବା କିଣିବାକୁ ଯାଉଛି। ଏହା ଇନଷ୍ଟାଗ୍ରାମ ପେଜ 'ଟିନଟିନ କା ବଚା' ରେ ଅପଲୋଡ୍ କରାଯାଇଛି ଏବଂ ବର୍ତ୍ତମାନ ଏହା ଅନ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜର୍ସଙ୍କୁ ଏହି ଭିଡିଓକୁ ଏତେ ପସନ୍ଦ ଆସିଛି ଯେ ସେମାନେ ଏହାକୁ ବାରମ୍ବାର ଦେଖୁଛନ୍ତି।

ଭିଡିଓରେ ପନିପରିବା ଆଣିବାକୁ ପିଲା ଯାଇଥିବା ମନୋଭାବ ଏବଂ ଶୈଳୀ ଦେଖିବା ପରେ ଯିଏ ବି ହସିବ। ଭିଡିଓ ଦେଖି ଲୋକେ ନାନା ପ୍ରତିକ୍ରିୟା ରଖୁଛନ୍ତି। ଶିଶୁ ସହ ସାମଗ୍ରୀର ଏକ ତାଲିକା ମଧ୍ୟ ଅଛି। ଶିଶୁକୁ ତା ମା' ତାଲିକା ଦେଇଛନ୍ତି ଓ ପଚାରୁଛନ୍ତି 'ଏଥିରେ କଣ ଲେଖାଯାଇଛି ?' ଜବାବରେ ଶିଶୁଟି ଭୁଲ ଭାଲ ନାଁ କହିଛି। ଶିଶୁର ପାଟି ଲାଗୁଥିବାରୁ ସେ ପନିପରିବାର ନାଁ ଯେମିତି କହୁଛି ତାକୁ ଶୁଣି ଲୋକେ ବହୁତ ହସିଚନ୍ତି ଏବଂ ଶିଶୁକୁ କ୍ୟୁଟ ବୋଲି କହୁଛନ୍ତି। ଶିଶୁ କାନ୍ଧରେ ଏକ ବ୍ୟାଗ ଝୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଶିଶୁର ଏହି ଅନ୍ଦାଜ ଇଣ୍ଟରନେଟରେ ସମସ୍ତଙ୍କ ମନ ଜିତିଛି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.