Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଷାଣୀ ମା’ : ୩ମାସର ଶିଶୁ ପୁଅକୁ ପର ହାତରେ ଟେକିଦେଲା, ମୂଲ କଲା ସାଢେ ୬ ହଜାର

9/10/2021 at 3:38 PM

ଭୁବନେଶଶ୍ବର ୯।୧୦: ପାଷାଣ ପାଲଟିଲା ମା’ । ଅଭାବ ଅନଟନରୁ ବର୍ତ୍ତିବାକୁ ୩ ମାସର ଶିଶୁ ପୁଅକୁ ବିକି ଦେଲା । ନୂଆପଲ୍ଲୀ ସାଲିଆ ସାହିରେ ଜୈନିକ ମା’ ଶିଶୁପୁତ୍ରକୁ ମାତ୍ର ୬୫୦୦ ଟଙ୍କାରେ ଅନ୍ୟ ଜଣେ ଦମ୍ପତିଙ୍କ କୋଳକୁ ଟେକି ଦେଇଛନ୍ତି । ଭୁବନେଶ୍ୱର ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁପୁତ୍ରଟିକୁ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ରଖିଛନ୍ତି । ମା’ ସହ ପୁଅକୁ କିଣିଥିବା ଦମ୍ପତିଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଛି ।

ସୂଚନା ମୁତାବକ, ଉଭୟଙ୍କ ଘର ସାଲିଆ ସାହି ଗଣପତି ନଗର ବସ୍ତିରେ । ଶିଶୁପୁତ୍ରର ମା’ ବିଧବା । ତାଙ୍କର ଗୋଟିଏ କୁନି ଝିଅ ଅଛି । ସେ ଯେଉଁ ଦମ୍ପତିଙ୍କୁ ଶିଶୁପୁତ୍ରକୁ ବିକିଥିଲା, ସେମାନଙ୍କର ମଧ୍ୟ ୨ଟି ସନ୍ତାନ ରହିଛି । କିଣିଥିବା ଦମ୍ପତି ଶିଶୁପୁତ୍ରକୁ ଅନ୍ୟ କାହାରିକୁ ବିକିବାକୁ ଯୋଜନା ରଖିଥିଲେ ବୋଲି ସନ୍ଦେହ କରାଯାଉଛି । ଏନେଇ ଉଭୟଙ୍କୁ ପଚରାଉଚରା ଚାଲିଛି । ଉଭୟ ପରିବାରର ସଦସ୍ୟ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ପୁଅର ମା’ ଟଙ୍କା ଲୋଭରେ ପୁଅକୁ ବିକିଥିବା ଜଣା ପଡ଼ିଛି ।

ଏହାବାଦ୍‌ ପୁଲିସ ଜାଣିବାକୁ ପାଇଛି, ଏହି ଦମ୍ପତି ପୁଅକୁ କିଣିବାକୁ ପ୍ରଲୋଭନ ଦେଖାଇଥିଲେ । ଏମିିତି କଲେ, ତା’ର ଦାରିଦ୍ର‌୍ୟ ଦୂରେଇ ଦେବେ । ଏମିତିକି ମା’କୁ ନିଜ ଖର୍ଚ୍ଚରେ ଦିଲ୍ଲୀ ପଠାଇବେ । ସେଠାରେ ଜଣେ ବ୍ୟବସାୟୀକୁ ସେ ବିବାହ କରି ଖୁସିରେ ନୂଆ ସଂସାର ଗଢ଼ିପାରିବେ ବୋଲି ଲୋଭ ଦେଖାଇଥିଲେ । ଯେଉଁଥିରେ ମା’ ଢ଼ଳି ଯାଇ ପୁଅକୁ ବିକି ଦେଇଥିବା ପୁଲିସ ସନ୍ଦେହ କରୁଛି । ବଡ଼ କଥା ହେଲା, ଶିଶୁପୁତ୍ରକୁ ବିକିବା ପାଇଁ ଏକ ଚୁକ୍ତିନାମା ମଧ୍ୟ କରାଯାଇଥିଲା । ଯାହାକି, ତଦନ୍ତ ପରିସର ଭୁକ୍ତ ରହିଛି । କିନ୍ତୁ ଚୁକ୍ତିମାନା ପତ୍ରରେ କିଛି ଲେଖାଯାଇନଥିଲା । କେବଳ ଦୁଇ ପକ୍ଷର ଦସ୍ତଖତ ରଖାଯାଇଥିଲା ।

ସୂଚନା ଥାଉ କି, ପୂର୍ବରୁ ମଧ୍ୟ ରାଜଧାନୀରେ ଶିଶୁପୁତ୍ର ବିକ୍ରି ହେବାର ନଜିର୍‌ ରହିଛି । ଗତ ଜୁନ୍‌ ୧୯ ତାରିଖରେ ମାଳିସାହିର ଜଣେ ନିଶାଖୋର ବାପା ନିଶାପାଣି ଖର୍ଚ୍ଚ ଉଠାଇବାକୁ ନିଜ ଶିଶୁପୁଅକୁ ୧୦ ହଜାର ଟଙ୍କାରେ ବିକି ଦେଇଥିଲା । ଏନେଇ ଖାରବେଳନଗର ଥାନାରେ ଏକ ଅଭିଯୋଗ ହୋଇଥିଲା । ଚାଇଲ୍ଡ ଲାଇନ୍‌ ସହାୟତାରେ ପୁଲିସ୍‌ ଶିଶୁପୁଅକୁ କିଣିଥିବା ମା’ ବାପାଙ୍କଠାରୁ ଉଦ୍ଧାର କରି ଆଣିଥିଲା ।

   Related Posts