ଭୋକ ବିକଳରେ ନିଜ ପିଲାକୁ ପର ହାତରେ ଟେକି ଦେଲା ମାଆ...

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର୨୭/୨: ହଜିଗଲାଣି ମାନବିକତା। ରାଜଧାନୀରେ ଶିଶୁ ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ମାତ୍ର ୧୦ ହଜାର ଟଙ୍କା ପାଇଁ ୧୯ ଦିନର ଶିଶୁ ପୁତ୍ରକୁ ଅନ୍ୟ ହାତରେ ଟେକି ଦେଲା ମା । ସିଡବ୍ଲୁସି ଖବର ପାଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ । ଶିଶୁର ବାପା, ମା, ଆଶାକର୍ମୀ ଏବଂ ଜଣେ ଦଲାଲକୁ ଧରି ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି ।     

ଦାରିଦ୍ର୍ୟର କରୁଣ ପରିଣତି । ଚଳେଇ ପାରିବନି ବୋଲି ନିଜ ଜନ୍ମ କଲା ଶିଶୁପୁତ୍ରକୁ ପର ହାତରେ ଟେକି ଦେଇଛି ମା । ୧୦ ହଜାର ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଛି । ସ୍ବାମୀ ଦିନ ମଜୁରିଆ । ସବୁବେଳେ ମଦ ନିଶାରେ ଚୁର୍ । ପରକୀୟା ପ୍ରୀତି ବି ରହିଛି । ଏହା ପୂର୍ବରୁ ସେମାନଙ୍କର ୪ଟି ସନ୍ତାନ ଅଛନ୍ତି । ପଞ୍ଚମ ସନ୍ତାନର ଲାଳନ ପାଳନ ଠିକରେ କରିପାରିବେନି ବୋଲି ଦେଇଦେଇଛନ୍ତି । ସିଡବ୍ଲୁସି ଖବର ପାଇ ଖଣ୍ଡିଗିରି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଉଭୟ ଦମ୍ପତିଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରୁଛି । ଏଥି ସହ ଜଣେ ବୃଦ୍ଧା ଓ ଆଶାକର୍ମୀଙ୍କୁ ବି ପୋଲିସ ଅଟକ ରଖିଛି ।

ଶିଶୁପୁତ୍ରକୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ଉଭୟ ଦମ୍ପତିଙ୍କୁ ସାଙ୍ଗରେ ଧରି ଭରତପୁର ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ତଲାସି କରୁଛି । କିନ୍ତୁ ଏଯାଏ ଶିଶୁପୁତ୍ର ସନ୍ଧାନ ମିଳୁନି । ଅଟକ ବୃଦ୍ଧା୧୯ ଦିନର ଶିଶୁ ପୁତ୍ର ଏବେ କେଉଁଠି । କେମିତି ଅଛି । କାହାକୁ ବିକିଛନ୍ତି ବାପା ମା । ଏସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.