Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ନିଜ ମାଆ ୨୦ ହଜାର ଟଂକାରେ ଝିଅକୁ ବିକ୍ରି କରିବାକୁ ଠିକ୍ କରିଥିଲା ଦଲାଲ, ବିକିବା ପୂର୍ବରୁ ପହଂଚିଗଲା ପୋଲିସ

7/01/2019 at 9:21 PM

ରେଓ୍ଵାଡ଼ୀ ୭/୧- ବାପା-ମାଆ ଉଭୟ ଉଭୟଙ୍କୁ ଛାଡ଼ି ବିବାହ କରିଗଲେ ଅନ୍ୟଆଡ଼େ । ବାପା-ମାଆ ବଂଚିଥାଉ ଥାଉ ପିଲାମାନେ ହୋଇଗଲେ ଛେଉଣ୍ଡ । ହେଲେ ସେତିକିରେ ବି ମନ ବୁଝିଲାନି ମାଆର । ନିଜ ୧୬ ବର୍ଷ ବୟସ୍କା ଝିଅକୁ ଦଲାଲ ହାତକୁ ଟେକିଦେବାକୁ କରିଥିଲେ ଷଡ଼ଯନ୍ତ୍ର । କିନ୍ତୁ  ବିକିବା ପୂର୍ବରୁ ପହଂଚିଗଲା ପୋଲିସ ।

ଘଟଣାରୁ ଜଣାପଡ଼ିଛି , ୧୬ ବର୍ଷ ବୟସ୍କା ମୁସକାନ ଏକ ଚାରିଟି ସ୍କୁଲରେ ୮ମ ଶ୍ରେଣୀରେ ପଢ଼େ । ୧୩-୧୪ ବର୍ଷତଳେ ମୁସକାନର ବାପା ଅନ୍ୟଜଣଙ୍କୁ ବିବାହ କରି ପରିବାର ଛାଡ଼ିଦେଇଥିଲେ । ମୁସକାନ ଓ ତାର ଜଣେ ଛୋଟ ଭଉଣୀ ମାଆଙ୍କ ପାଖରେ ରହୁଥଲେ । କିନ୍ତୁ ୬ମାସ ତଳେ ମାଆ ବି ଜଣେ ଯୁବକଙ୍କୁ ବିବାହ କରି ଅନ୍ୟତ୍ର ଚାଲିଗଲେ । ବାପା-ମାଆ ଚାଲିଗଲା ପରେ ମୁସକାନ ଓ ତାର ଛୋଟ ଭଉଣୀଙ୍କୁ ନେଇ ସବାବଡ଼ ଭଉଣୀ ନିଜଘରେ ରଖିଥିଲା ।

କିଛିଦିନ ତଳେ ମୁସକାନର ମାଆ ଆଧାରକାର୍ଡ଼ ଓ ଜନ୍ମପ୍ରମାଣପତ୍ର ଧରି ଆସିବାକୁ ଭିଓ୍ଵାଡ଼ି ଆସିବାକୁ କହିଥିଲା । ସେ ଏହିକଥା ଫୋନ ଯୋଗେ ତା ବଡ଼ ଭଉଣୀକୁ କହିଥିଲା । ତା ବଡ଼ ଭଉଣୀ ଦୁଇ ଭଉଣୀକୁ ଧରି ଭିଓ୍ଵାଡ଼ୀ ମଧ୍ୟ ଯାଇଥିଲା । ତା ମାଆ ପୂର୍ବରୁ ଯୋଗାଯୋଗ ହୋଇଥବା ଦଲାଲକୁ ୨୦ ହଜାର ଟଂକାରେ ବିକ୍ରିକରିବାକୁ ଯୋଜନା କରୁଥିବା ବେଳେ ବଡ଼ ଭଉଣୀ ଏହିକଥାକୁ ବିରୋଧ କରିଥିଲା ।

ତା ପରେ ସେମାନେ ଟ୍ରେନଯୋଗେ ଦିଲ୍ଲୀ ଚାଲିଯାଇଥିଲେ । ମୁସକାନର ମାଆ, ଦଲାଲ  ତାଙ୍କ ପଛେପଛେ ମଧ୍ୟ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀ ଷ୍ଟେସନରେ ମୁସକାନର ମାଆ ସେମାନଙ୍କୁ ଦଲାଲକୁ ବିକ୍ରିକରିବାକୁ ବାଧ୍ୟ କଲାବେଳେ ଲୋକ ରୁଣ୍ଡ ହୋଇଯାଇଥିଲେ । ପୋଲିସ ମଧ୍ୟ ଏହି ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା । ହେଲେ ମୁସକାନର ମାଆ ଓ ଦଲାଲ ପୋଲିସ ଆସିବା ଜାଣି ଚମ୍ପଟ ମାରିଥିଲେ । ପୋଲିସ ଏହି ଝିଅ ଦୁହିଁଙ୍କୁ ଉଦ୍ଧାର କରି ସୁଧାରଗୃହକୁ ପଠାଇଦେଇଛି ।

   Related Posts