Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏପ୍ରିଲ ମାସରୁ ନିଖୋଜ ୧୫ବର୍ଷୀୟା ନାବାଳିକା ଝିଅ, ଶୁଣୁନି ପୋଲିସ : ଏସପି ଅଫିସ ଆଗରେ କାନ୍ଦୁଛି ମା’

29/11/2021 at 4:11 PM

ଭଦ୍ରକ ୨୯/୧୧ : ‘ମୋ ନାବାଳିକା ଝିଅ କୁ ପୂର୍ବ ଯୋଜନା ଅନୁଯାୟୀ ଅନିଚ୍ଛା ସତ୍ତ୍ୱେ ଅପହରଣ କରାଯାଇଛି । ଜନୈକ ଯୁବକ ଏକତରଫା ଭଲ ପାଉଥିଲା । ନାବାଳିକା ଝିଅ ପାଠ ପଢିବା ପାଇଁ ଯାଉଥିବା ବେଳେ ବାରମ୍ବାର ହଇରାଣ କରୁଥିଲା । ଏପ୍ରିଲ ମାସ ୧୩ ତାରିଖରୁ ମୋ ଝିଅର ପତ୍ତା ମିଳୁନାହିଁ । ମୋ ଝିଅକୁ ଫେରାଇଦିଅ’ । ଏମିତି କାନ୍ଦି କାନ୍ଦି ନାବାଳିକା ଝିଅକୁ ଖୋଜିଆଣିବା ପାଇଁ ପୂର୍ବରୁ ପୋଲିସ ନିକଟରେ ଅନେକ ଥର କାକୁତିମିନତୀ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ନାବାଳିକା ଝିଅର ସନ୍ଧାନ ପାଇବା ତ ଦୂରର କଥା ପ୍ରଥମରୁ ମାତ୍ର କେଇଦିନ ତଦନ୍ତ କରି ଚୁପ୍‌ଚାପ ବସିଛି । ଶେଷରେ ବାଧ୍ୟ ହୋଇ ଅରପହୃତା ନାବାଳିକାଙ୍କ ମା’ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଧୂସୁରି ଥାନା ଅଞ୍ଚଳର ଜନୈକ ମହିଳା ଅନଶନରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ତାଙ୍କର ନାବାଳିକା ଝିଅକୁ ସ୍ଥାନୀୟ ଯୁବକ ବଳପୂର୍ବକ ଅପହରଣ କରିଛନ୍ତି । ଜନୈକ ଯୁବକ ତାଙ୍କ ନାବାଳିକା ଝିଅକୁ ଏକ ତରଫା ଭଲପାଉଥିବା ବେଳେ ଅନେକ ସମୟରେ ହଇରାଣ ହରକତ କରୁଥିଲା । ତେବେ ସମ୍ପୃକ୍ତ ଯୁବକ ବଳପୂର୍ବକ ଭାବେ ନାବାଳିକା ଝିଅକୁ ଅପହରଣ କରିନେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଭଦ୍ରକ ଏସପିଙ୍କୁ ଏ ନେଇ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଶେଷରେ ନାବାଳିକାଙ୍କ ମା’ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts