ଜୀବନକୁ ବାଜି ଲଗାଇ ଭାଲୁ ମୁହଁରୁ ଝିଅକୁ ବଞ୍ଚାଇଲେ ମା’, ଦୀର୍ଘ ସମୟ ଧରି ଭାଲୁ ସହ କଲେ ଲଢେଇ

Published By : Prameya-News7 Bureau | July 16, 2021 IST

ମାଲକାନଗିରି ୧୬।୭: ଭାଲୁ ମୁହଁରୁ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଜଣେ ମା’ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

{"id":481425,"width":748,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ ଝିଅ ଚାଷ କାମ କରିବା ଲାଗି ଜଙ୍ଗଲ ରାସ୍ତା ଦେଇ ଜମିକୁ ଯାଇଥିଲେ । ତେବେ ଭୋର ସମୟରେ ହଠାତ୍ ଏକ ଭାଲୁ ଜଙ୍ଗଲ ଭିତରୁ ବାହାରି ଆସି ମା’ ଓ ଝିଅକୁ ଆକ୍ରମଣ କରିଥିଲା । ଝିଅ ଉପରେ ଭାଲୁଟି ଡେଇଁ ପଡିଥିବା ବେଳେ ମା’ ଦୀର୍ଘ ସମୟ ଧରି ଭାଲୁ ସହ ଲଢେଇ କରିଥିଲା । ସକାଳ ହେବା ପରେ ଭାଲୁଟି ଭୟରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ହେଲେ ଭାଲୁ ଆକ୍ରମଣରେ ମା’ ଓ ଝିଅ ଗୁରୁତର ହୋଇ ପଡିଥିଲେ ।

{"id":481426,"width":748,"height":411,"sizeSlug":"large","linkDestination":"none"}

ଗାଁ ଲୋକେ ଜମିକୁ ଯାଉଥିବା ବେଳେ ଦୁହିଁଙ୍କ ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରିନଥିଲା । ପରେ ଗାଁ ଲୋକେ ଭାରରେ ବୋହି ବୋହି ମାଆ ଓ ଝିଅଙ୍କୁ ଖୈରପୁଟ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.