ଟିଭିରେ ପୁଅକୁ ଦେଖି ବାରମ୍ବାର ବେହୋସ ହେଉଛନ୍ତି ମାଆ, କହିଲେ...

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ୩୧/୧: ଦିନ ଦ୍ବିପହରେ ଜାମିଆରେ ଗୁଳି ଚାଳନା କରିଥିବା ଯୁବକକୁ ଗିରଫ କରିଛି ପୋଲିସ୍। ଅନ୍ୟପଟେ ପୁଅର ଏଭଳି କାରନାମା ଦେଖିବା ପରେ ଯୁବକର ମାଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟିଭିରେ ପୁଅକୁ ଦେଖିବା ପରେ ମାଆ ବାରମ୍ବାର ବେହୋସ ହୋଇ ପଡ଼ିଛନ୍ତି।ତାଙ୍କ ପୁଅର ମାନସିକ ସ୍ଥିତି ଭଲ ନାହିଁ। ତାର ଚିକିତ୍ସାର ଆବଶ୍ୟକତା ରହିଛି। ତାକୁ ଗିରଫ କର ନାହିଁ ଛାଡ଼ି ଦିଅ। ପୁଅ ପାଇଁ ଏମିତି ବିନମ୍ର ଅନୁରୋଧ କରିଛନ୍ତି ମାଆ।

ଦିଲ୍ଲୀର ଜାମିଆରେ ଗୁରୁବାରରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରିବା ସମୟରେ ଯୁବକ ଗୁଳି ଚାଳନା କରିଥିଲା। ଗତ ଗୁରୁବାରରୁ ଆଜି ପର୍ଯ୍ୟନ୍ତ ଟିଭିରେ ପୁଅର ଫଟୋ ସହ ତା ସଂପର୍କରେ ଖବର ପ୍ରସାରଣ କରାଯାଉଛି। ଟିଭିରେ ପୁଅକୁ ଦେଖିବା ପରେ ମାଆ ବାରମ୍ବାର ବେହୋସ ହୋଇଯାଉଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତର ବାପା କୁଆଡ଼େ ଫେରାର୍‌ ହୋଇଯାଇଛନ୍ତି।ଅଭିଯୁକ୍ତ ଯୁବକର ମାଆ ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାନ୍ତି। ତାଙ୍କ ବାପା ବଜାରରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଇଥାଆନ୍ତି।

ସାଙ୍ଗମାନଙ୍କ ବୁଦ୍ଧିରେ ସେ ଏଭଳି କାମ କରିଛି। ତାର ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ଯୁବକର ବାପା କହିଛନ୍ତି। ଏପରି କି ଅଭିଯୁକ୍ତ ଜଣକ ନାବାଳକ ଅଟେ। ୨୦୦୨ ମସିହାରେ ତାଙ୍କର ଜନ୍ମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.