Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

‘ଡାକ୍ତର କହିଲେ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଚିକିତ୍ସା ପାଇଁ ୩୦ଲକ୍ଷ ଟଙ୍କା ଦରକାର, କେଉଁଠୁ ଆଣିବୁ?’ ପୁଅକୁ ସାହାଯ୍ୟ କରିବାକୁ ମା’ ର ଆକୁଳ ନିବେଦନ

28/11/2021 at 7:14 PM

ଭୁବନେଶ୍ବର ୨୮/୧୧ : ‘ମୋ ପୁଅକୁ ବଞ୍ଚାଇ ଦିଅ । ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହୁଛନ୍ତି । ଏତେ ଟଙ୍କା କେଉଁଠୁ ଆଣିବି । ସରକାର କିଛି ସାହାଯ୍ୟ କରନ୍ତୁ । ବଦାନ୍ୟ ବ୍ୟକ୍ତି କିଛି ସାହାଯ୍ୟ କଲେ ପିଲାଟା ବଞ୍ଚିଯିବ ।’ ଏଭଳି କୋହଭରା କଣ୍ଠରେ ପୁଅର ଚିକିତ୍ସା ପାଇଁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ଅସହାୟ ମା’ ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ଗ୍ରାମର ୨୧ ବର୍ଷୀୟ ଓ୍ବାସିମ୍‌ ଆକ୍ରମ ଖାନ ପ୍ରଥମେ ଜ୍ବରରେ ପୀଡିତ ହୋଇଥିଲେ । ପରେ ନମୂନା ପରୀକ୍ଷା ପରେ ଜଣାପଡିଥିଲା ଓ୍ବାସିମ୍‌ ଜଣ୍ଡିସ୍‌ରେ ପୀଡିତ । ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ, ବିଳମ୍ବ ହେତୁ ଓ୍ବାସିମ୍‌ଙ୍କ ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ଏହା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏତେ ଗୁଡିଏ ଟଙ୍କା ଯୋଗାଡ କରିବା ଓ୍ବାସିମଙ୍କ ପରିବାର ପକ୍ଷରେ ସମ୍ଭବପର ନୁହେଁ । ତେଣୁ ଓ୍ବାସିମଙ୍କ ମା-ବାପା ସରକାରୀ ସହାୟତାକୁ ଅନାଇବସିଛନ୍ତି । ଏହା ସହିତ କିଛି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହଯୋଗ ପ୍ରଦାନ କଲେ ଓ୍ବାସିମ୍‌ ସୁସ୍ଥ ହୋଇପାରନ୍ତେ ବୋଲି ତାଙ୍କ ମା’-ବାପା ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି । ଓ୍ବାସିମ୍‌ ଆକ୍ରମ ଖାନଙ୍କୁ କୌଣସି ବଦାନ୍ୟ ବ୍ୟକ୍ତି ତଥା ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଥିଲେ (୯୦୪୦୧୩୦୭୩୧) ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

   Related Posts