ଶିବାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଝିଅକୁ ମାରିବା ପାଇଁ ୫୦ ହଜାର ଟଙ୍କାର ସୁପାରୀ ଦେଇଥିଲା ମା’

Published By : Prameya-News7 Bureau | January 17, 2021 IST

ବାଲେଶ୍ବର ୧୭/୦୧: ଝିଅକୁ ମାରିବା ପାଇଁ ମା ଦେଇଥିଲା ସୁପାରୀ । ୩୬ ବର୍ଷର ବିବାହିତା ଝିଅକୁ ମାରିବା ପାଇଁ ୫୮ ବର୍ଷୀୟ ମା ଦେଇଥିଲା ସୁପାରୀ । ବାଲେଶ୍ବର ସଦର ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣାରେ ସଦର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାସ କରିଛି ପୋଲିସ।

ମଦ ବ୍ୟାପାରକୁ ନେଇ ଶିବାନୀ ନାୟକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ତେବେ ଘଟଣା ଅନୁସାରେ ସଦର ଥାନା ରାଇସୁଆଁ ଅଂଚଳର ଶିବାନୀ ନାୟକ ନାମକ ମହିଳା ବିବାହ ପରେ ବାପ ଘରେ ରହୁଥିଲେ । ଶିବାନୀଙ୍କର ଦୁଇ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ଦୀର୍ଘଦିନ ଧରି ମଦ ବ୍ୟବସାୟରେ ସଂଶ୍ଳିଷ୍ଟ ଥିବା ବେଳେ ତାଙ୍କ ମା ବାରମ୍ବାର ମନା କରିବା ପରେ ମଧ୍ୟ ମାନି ନଥିଲେ ଶିବାନୀ।

ଫଳରେ ନାତି ନାତୁଣୀଙ୍କ ଉପରେ କୁପ୍ରଭାଵ ପଡ଼ିବା ସନ୍ଦେହରେ ଝିଅକୁ ମାରିବା ପାଇଁ ୫୦ ହଜାର ଟଙ୍କା ସୁପାରୀ ଦେଇଥିଲା ମା । ତେବେ ଗିରଫ ଦୁଇ ଜଣ ହେଲେ ସୁପାରୀ କିଲର ପ୍ରମୋଦ ଜେନା ଓ ସୁକାନ୍ତି ଗିରି । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ହତ୍ୟା ଘଟଣାରେ ୫୦ ହଜାର ଟଙ୍କା ଡିଲ ହୋଇଥିବା ବେଳେ ୮ ହଜାର ଟଙ୍କା ଦିଆଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.