‘ନ୍ୟାୟ ନମିଳିଲେ ମୁଁ ଆତ୍ମହତ୍ୟା କରିବି’ କହିଲେ ମୃତ ଯୁବତୀଙ୍କ ମା…

Published By : Prameya-News7 Bureau | November 06, 2019 IST

ଭଣ୍ଡାରିପୋଖରୀ୬|୧୧: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ନିକଟ କୋଚିଳା ନଦୀ ପଠାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକା ଯୁବତୀଙ୍କୁ ଉଦ୍ଧାର କରି ଦୁଇଜଣ ଯୁବକ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକାଙ୍କୁ ଆଣିଥିବା ଦୁଇଜଣ ଯୁବକ ନାବାଳିକାଙ୍କ ଦୁର୍ଘଟଣା ହୋଇଥିବା ଯୋଗୁଁ ନଇ ପଠାରେ ପଡିଥିବା କହିଥିଲେ । ପରେ ଯୁବକ ଦୁଇ ଜଣ ମେଡିକାଲରୁ ଫେରାର ହୋଇଯାଇଥିଲେ । ଗୁରୁତର ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ନାବାଳିକାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ନାବାଳିକା ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ନାବାଳିକାଙ୍କୁ ଅପହରଣ କରି ଗାଡିରେ ନେଉଥିବା ବେଳେ ଗାଡିକୁ ଗଛରେ ଧକ୍କା କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ବାପା । ଏପଟେ ଘଟଣା ଘଟିବାର ପାଞ୍ଚ ଦିନ ପୂରିଲାଣି । ହେଲେ ଏଯାଏଁ ପ୍ରକୃତ ଅଭିଯୁକ୍ତକୁ ଧାରା ଯାଇନାହିଁ । ତେଣୁ ମୃତକ ନାବାଳିକାଙ୍କ ମା ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.