BJPକୁ ସମର୍ଥନ ଜଣାଇଲେ କଙ୍ଗନାଙ୍କ ମା, ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

Published By : Prameya-News7 Bureau | September 10, 2020 IST

ଶିମଲା ୧୦।୯:  ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ମା ଆଶା ରନାୱତ ଗୁରୁବାର ବିଜେପି ପ୍ରତି ତାଙ୍କର ସମର୍ଥନ ଜଣାଇଛନ୍ତି। କଙ୍ଗନାଙ୍କ ପ୍ରତି ରାଜ୍ୟ ଓ ଜାତୀୟ ନେତୃବର୍ଗଙ୍କ ସହାୟତା ଲାଗି ଆଶା ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

{"id":327862,"width":577,"height":289,"sizeSlug":"large"}

କଙ୍ଗନାଙ୍କ ପରିବାର ଲୋକେ କଂଗ୍ରେସ ବିଚାରଧାରାର। ହେଲେ ମହାରାଷ୍ଟ୍ରରେ କଙ୍ଗନାଙ୍କ ସହ ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଓ ମହାରାଷ୍ଟ୍ର ବିଜେପିର ସମର୍ଥନ ପରିବାରର ବିଚାର ସଂଶୋଧିତ କରିଥିବା ଆଶା କହିଛନ୍ତି। ତାଙ୍କ ଝିଅର ସୁରକ୍ଷା ଲାଗି ବିଜେପିର ସହଯୋଗକୁ ପରିବାର କେବେ ଭୁଲିପାରିବନି ବୋଲି କହିଛନ୍ତି ଆଶା। ତାଙ୍କର ଏଭଳି ବୟାନ କଙ୍ଗନାଙ୍କୁ ଭାବୁକ୍ କରିଛି। ଯେତେବେଳେ ମୋ ଅଫିସର ଅଂଶକୁ ମୁମ୍ବାଇରେ ଭଙ୍ଗା ଗଲା ସେତେବେଳେ ମାଙ୍କ ଚେହାର ମୋତେ ଦେଖା ଯାଇଥିଲା ବୋଲି କଙ୍ଗନା କହିଛନ୍ତି।  ମା ମୋତେ ସତର୍କ କରାଇଥିଲେ। ତେବେ ମାଙ୍କ ବକ୍ତବ୍ୟରୁ ମୋତେ ବେଶ୍ ଆଶ୍ୱସ୍ତି ଲାଗିଛି ବୋଲି କଙ୍ଗନା କହିଛନ୍ତି।

{"id":327863,"width":578,"height":325,"sizeSlug":"large"}

ତେବେ ମୁମ୍ବାଇରେ ଅଫିସ ଭାଙ୍ଗିବା ପରେ ଉଦ୍ଧବଙ୍କୁ ନେଇ କଙ୍ଗନା ବେଶ୍ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ। ସେ ଏକ ଭିଡିଓ ଜାରି କରି ଆଜି ଉଦ୍ଧବ ସରକାର ମୋ ଅଫିସ ଭାଙ୍ଗିଛନ୍ତି କାଲି ତାଙ୍କର ଗର୍ବ ଭାଙ୍ଗିବ ସମୟ ଚକ ବୁଲୁଛି ବୋଲି କହିଥିଲେ କଙ୍ଗନା। ବାସ୍ତବିକ ତାଙ୍କ କଥା ସତ୍ୟରେ ପରିଣତ ହେବାକୁ ଯାଉଛି।

{"id":327864,"width":576,"height":383,"sizeSlug":"large"}

ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ୍ ଦେଇଥିଲେ। ହେଲେ ତାଙ୍କ ଧମକ୍‌କୁ ଖାତିର କରିନଥିଲେ କଙ୍ଗନା। ସେ ସେପ୍ଚେମ୍ବର ୯ ତାରିଖରେ ନିଶ୍ଚିତ ମୁମ୍ବାଇ ଯାଉଛନ୍ତି ବୋଲି କହିଥିଲେ। ଏଥିଲାଗି କେନ୍ଦ୍ର ସରକାର ତାଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ମଧ୍ୟ ଯୋଗାଇ ଦେଇଥିଲେ। ସେ ଯେତେବେଳେ ଚଣ୍ଡିଗଡରୁ ମୁମ୍ବାଇ ବାହାରିଲେ ତାଙ୍କ ସାଙ୍ଗରେ ସରକାରଙ୍କ ସୁରକ୍ଷା କର୍ମୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.