ଅଢ଼େଇ ବର୍ଷର ପୁଅକୁ ଖଟ ବାକ୍ସରେ ବନ୍ଦ କରି ପ୍ରେମିକ ସହ ଘର ଛାଡ଼ି ଚାଲିଗଲା ମାଆ : ଶ୍ବାସରୁଦ୍ଧ ହୋଇ ଶିଶୁର ମୃତ୍ୟୁ

Published By : Prameya-News7 Bureau | January 27, 2020 IST

ଚଣ୍ଡିଗଡ଼ ୨୭/୧: ଚଣ୍ଡିଗଡ଼ ସହରରେ ମମତାକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମହିଳା ନିଜର ଅଢ଼େଇ ବର୍ଷର ପୁଅକୁ ଖଟର ବାକ୍ସ ଭିତରେ ବନ୍ଦ କରି ପ୍ରେମିକ ସହ ଚାଲି ଯାଇଛି। ଦୀର୍ଘ ସମୟ ଧରି ବାକ୍ସ ଭିତ​‌ରେ ବନ୍ଦ ରହିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ନିରୀହ ଶିଶୁଟି ଆଖି ବୁଜି ଦେଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ହିଁ ନିଜ ଶିଶୁକୁ ବାକ୍ସ ଭିତରେ ବନ୍ଦ କରିଥିଲା।

ଘଟଣାଟି ରବିବାର ଦିନ ଘଟିଛି। ସେକ୍ଟର-୪୫ର ବୁଡ଼ୈଲ ବାସିନ୍ଦା ଦଶରଥ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍। ପୋଲିସକୁ ଦେଇଥିବା ବୟାନରେ ସେ କହିଥିଲେ ଯେ- ରବିବାର ସେ ନିଜ କାମରେ ଯାଇଥିଲା। ରାତି ପାଖାପାଖି ୯ଟାରେ ପହଞ୍ଚିବାରୁ ତାଙ୍କ ପୁଅ କିମ୍ବା ସ୍ତ୍ରୀ ରୂପାକୁ ଦେଖିବାକୁ ପାଇନଥିଲେ। ସେ ରୂପାକୁ ଫୋନ୍ କରିବାରୁ ସେ ଘର ଛାଡ଼ି ଚାଲିଯାଇଥିବା କଥା କହିଥିଲା। ପୁଅ ଖଟର ବାକ୍ସରେ ଥିବା କଥା ମଧ୍ୟ ସେ କହିଥିଲା। ଦଶରଥ ଖଟର ବାକ୍ସ ଖୋଲିବାରୁ ପୁଅର ମୃତ୍ୟୁ ହୋଇସାରିଥିଲା।

ସେକ୍ଟର-୩୪ ଥାନାର ପୋଲିସ୍ ଶିଶୁର ବାପାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.