Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ନିଜଠାରୁ ୨୪ବର୍ଷ ସାନ ଯୁବକଙ୍କୁ ପ୍ରେମ ବିବାହ କରିବାକୁ ଯାଉଥିଲେ ୫ ସନ୍ତାନର ମା’, ଚତୁର୍ଥ ବିବାହ ପୂର୍ବରୁ ଥାନାରେ ପହଞ୍ଚିଲେ ଝିଅ-ଜ୍ବାଇଁ

12/07/2021 at 10:54 AM

ଭୋପାଳ ୧୨।୭: ୫ ସନ୍ତାନର ମା’ ନିଜଠାରୁ ୨୪ ବର୍ଷ ସାନ ଯୁବକଙ୍କୁ ଭଲପାଇ ବସିଥିଲେ । ପ୍ରେମିକଙ୍କ ସହ ବିବାହ କରିବା ଲାଗି ନିଜ ଝିଅମାନଙ୍କୁ ଛାଡିବାକୁ ବି ପଛାଇନଥିଲେ । ପ୍ରଥମରୁ ହିଁ ତିନୋଟି ବିବାହ କରିସାରିଥିବା ମହିଳା ଚତୁର୍ଥ ଥର ବିବାହ କରିବାକୁ ଯାଉଥିବା ବଡ ଝିଅ ଜାଣିବା ପରେ ଅନ୍ୟ ଭଉଣୀଙ୍କୁ ଧରି ପୋଲିସ ନିକଟରେ ପହଞ୍ଚିଥିଲେ । ମା’କୁ ବିବାହ କରିବାକୁ ବାରଣ କରିବାକୁ ପୋଲିସ ନିକଟରେ ଅନୁରୋଧ କରିଥିଲେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ । ଭିଣ୍ଡ ପୋଲିସ ପାଇଁ ଏହା ଏକ ଅଜବ ମାମଲା ଥିଲା । ଯେଉଁଠି ମା’ର ବିବାହ ରୋକିବାକୁ ଝିଅମାନେ ପୋଲିସକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୪୫ ବର୍ଷ ବୟସ୍କା ମହିଳା ନିଜଠାରୁ ୨୪ ବର୍ଷ ସାନ ଯୁବକଙ୍କୁ ଭଲପାଇ ବସିଥିଲେ । ମହିଳାଙ୍କ ଦୁଇ ଝିଅଙ୍କର ବିବାହ ମଧ୍ୟ ସରିଛି । ଏବେ ୩ ଜଣ ଝିଅ ଛୋଟ ଛୋଟ ଅଛନ୍ତି । ମା’ଙ୍କ ବିବାହ ଖବର ଶୁଣି ଦୁଇ ଝିଅ ଓ ଜ୍ବାଇଁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ମଧ୍ୟ ଥାନାକୁ ଡକାଯାଇଥିଲା । ଏହା ପୂର୍ବରୁ ମହିଳା ତିନି ଥର ବିବାହ କରିସାରିଛନ୍ତି । ପ୍ରଥମ ସ୍ବାମୀଙ୍କୁ ମହିଳା ଛାଡିଦେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଦେହାନ୍ତ ହୋଇସାରିଛି । ଏହାପରେ ତାଙ୍କ ଘରେ ଭଡାରେ ରହୁଥିବା ୨୧ ବର୍ଷ ବୟସ୍କ ଯୁବକଙ୍କ ସହ ତାଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ବର୍ଷେ ହେବ ମହିଳା ଜଣଙ୍କ ସଂପୃକ୍ତ ଯୁବକଙ୍କ ସହ ଲିଭ୍ ଇନ୍ ରେ ରହୁଥିଲେ । ଯୁବକ ଜଣଙ୍କ ମହିଳା ଏବଂ ତାଙ୍କ ଝିଅମାନଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିଲେ ।

ଅନ୍ୟପଟେ ମହିଳା ଜଣଙ୍କ କହିଥିଲେ ସେ ତାଙ୍କ ଝିଅମାନଙ୍କୁ ଘର ବାହାରେ ବସିବାକୁ ଦେଉନଥିଲେ ଏବଂ ସେମାନଙ୍କ ଇଚ୍ଛା ଅନୁସାରେ କାମ କରିବାକୁ ଦେଉନଥିଲେ ତେଣୁ ଝିଅମାନେ ତାଙ୍କୁ ବିରୋଧ କରୁଛନ୍ତି । ମହିଳା ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, ସେ ତାଙ୍କ ଝିଅମାନଙ୍କ ଭବିଷ୍ୟତ ପାଇଁ ବିବାହ କରୁଛନ୍ତି । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିଛି । ସଂପୃକ୍ତ ଯୁବକଙ୍କ ବାପା-ମା’ଙ୍କୁ ଡାକି ସେମାନଙ୍କୁ ବୁଝାସୁଝା କରି ସମାଧାନ କରିଛନ୍ତି ।

   Related Posts