Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ମମତାଙ୍କୁ ମିଳିଲାନି ମମତାର ମୂଲ, ମୂଲ ବଦଳରେ ମିଳିଲା ଖାଲି ଯାତନା ଯାତନା ଆଉ ଯାତନା : ତିନି ପୁଅଙ୍କ ମା ଏବେ ହକ ପାଇଁ ପ୍ରଶାସନର ଦ୍ବାରସ୍ଥ

10/01/2019 at 5:57 PM

ବ୍ରହ୍ମପୁର ୧୦|୧: ମା ନିଜ ଛୁଆର ଲାଳନ ପାଳନଠାରୁ ଆରମ୍ଭ କରି ପାଠ ପଢା, ଭବିଷ୍ୟତ ଜୀବନ ଗଠନ ପର୍ଯ୍ୟନ୍ତ ସବୁ ଗୁରୁ ଦାୟିତ୍ବ ବହନ କରିଥାଏ। ନିଜ ସନ୍ତାନଙ୍କୁ ନେଇ ଅନେକ ସୁନେଲି ସ୍ବପ୍ନ ଦେଖିଥାଏ। ହେଲେ ପୁଅ ବଡ ହେବା ପରେ ମାଆଙ୍କ ଅବସ୍ଥା କଣ ହୁଏ ତାହା ସମସ୍ତେ ଜଣନ୍ତି!ସେମିତି ଏକ ଘଟଣା ଘଟିଛି ବ୍ରହ୍ମପୁରରେ ।

ପରିଣତ ବୟସରେ ମାଆ ପାଇଁ କିଏ ହେବ ସହାୟ ! ଏ ପ୍ରଶ୍ନ କରୁଛନ୍ତି ବ୍ରହ୍ମପୁର ସହରର ହାଉସିଂବୋର୍ଡରେ ରହୁଥିବା ଜଣେ ବୃଦ୍ଧା ମାଆ ମମତା ସାବତ। ବ୍ରହ୍ମପୁର କୋର୍ଟର ଅବସରପ୍ରାପ୍ତ କର୍ମଚାରୀ ଗୋବିନ୍ଦ ସାବତଙ୍କ ୨୦୧୨ ମସିହାରେ ମୃତ୍ୟୁ ହେବା ପରେ ସ୍ତ୍ରୀ ମମତାଙ୍କ ଆରମ୍ଭ ହୋଇଥିଲା ଦୁଃଖ ଦୁଃର୍ଦ୍ଦଶା।

ତିନି ପୁଅଙ୍କୁ ଜନ୍ମ କରିଥିବା ମାଆ ମମତା ସାବତ ନିଜ ସନ୍ତାନଙ୍କୁ ନେଇ ଦେଖିଥିଲେ ଅନେକ ସ୍ବପ୍ନ। ହେଲେ ସବୁକିଛି ଛାରଖାର ହୋଇଯାଇଥିବା ଅନୁଭବ କରିଛନ୍ତି ମାଆ ମମତା ସାବତ। ବଡପୁଅ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ୍ କଲେଜ୍‌ରେ ଅଧ୍ୟାପକ ଥିବା ବେଳେ ବଡବୋହୂ ଜଣେ ପ୍ରଶାସନିକ ଅଧିକାରୀ। ଦ୍ବିତୀୟ ପୁଅ ରାଜ୍ୟ ବାହାରେ ଚାକିରୀ କରି ବୋହୂ ସହ ରହୁଛନ୍ତି। ତୃତୀୟ ପୁଅ ଭିନ୍ନକ୍ଷମ। ମାଆଙ୍କ ସହ ଭିନ୍ନକ୍ଷମ ପୁଅ ରହୁଛନ୍ତି। ହେଲେ ଦୁଇ ପୁଅ, ବୋହୂ ମାଆ ଓ ଭିନ୍ନକ୍ଷମ ଭାଇଙ୍କୁ ପଚାରୁନଥିବା ଅଭିଯୋଗ କରିଛନ୍ତି ସେ।

ମାଆ ମମତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ବେଳେ ଦୈନିକ ଔଷଧ ସେବନ କରିବାକୁ ପଡୁଛି। ଭିନ୍ନକ୍ଷମ ପୁଅ ସଚ୍ଚିଦାନନ୍ଦ ମଧ୍ୟ ଦୈନିକ ଔଷଧ ସେବନ କରୁଛନ୍ତି। ଚାଲିବାକୁ ଅକ୍ଷମ ଥିବା ଭିନ୍ନକ୍ଷମ ପୁଅ କିନ୍ତୁ କଷ୍ଟେମଷ୍ଟେ ମାଆଙ୍କ ସେବା କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ହାଉସିଂବୋର୍ଡର ଏକ ଭଡା ଘରେ ମାଆ ଓ ପୁଅ ଏବେ ରହୁଛନ୍ତି। ଗାନ୍ଧିନଗରରେ ଥିବା ନିଜ ଘରେ ରହୁଥିବା ବେଳେ ଟେକାପଥର ମାଡ କରିବାରୁ ଘର ଛାଡି ଭଡା ଘରେ ରହୁଥିବା କହିଛନ୍ତି। ଏମିତି ସ୍ଥିତିରେ ଅନ୍ୟ ଅପାୟ ନପାଇ ଜିଲ୍ଲାପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଉଭୟ ମାଆ ଓ ପୁଅ । ହେଲେ ପୁଅ, ବୋହୂକୁ ଝୁରି ଝୁରି ମାଆ ଆଖିର ଲୁହ ବି ଶୁଖୁନାହିଁ।

ଉଚ୍ଚ ଶିକ୍ଷିତ ପରିବାରରେ ଜଣେ ମାଆ ଆଜି ଅବହେଳିତ। ପରିଣତ ବୟସରେ ମାଆ ସନ୍ତାନଙ୍କ ପାଇଁ ଅଲୋଡା ହୋଇଯାଇଛି।ଏହା କୌଣସି ଏକ ସିନେମାର କଥାବସ୍ତୁ ନୁହେଁ। ବ୍ରହ୍ମପୁର ସହରର ବାସ୍ତବ ଚିତ୍ର। ଏଭଳି ଘଟଣାକୁ ସହରର ବୁଦ୍ଧିଜିବୀ ତୀବ୍ର ନିନ୍ଦା କରିବା ସହ ସମାସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ସେପଟେ ବରିଷ୍ଠ ନାଗରିକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଅବହେଳିତ ବରିଷ୍ଠ ନାଗରିକଙ୍କ ସମାସ୍ୟାର ସମାଧାନ କରିବାକୁ ହେଲେ ସଚେତନତା ହେବାକୁ ପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତ ରାୟ। ପରିବାରର ପୁଅ କି ଝିଅ ସଚେତନ ହୋଇପାରିଲେ ବାପା, ମାଆ କେବେବି ଅବହେଳିତ ହୋଇରହିବେ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ।

   Related Posts