ଲୋକପ୍ରିୟତା ପାଇଁ ତଳକୁ ଖସିଗଲେ ମା: ପୁଅ ସହ କଲେ ଅଶ୍ଳୀଳ ଡ୍ୟାନ୍ସ, ଭିଡିଓ ଭାଇରାଲ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୦୭ : ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଯାଇ ଜଣେ ମହିଳା ଲଜ୍ଜ୍ୟାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ମହିଳା ଜଣକ ନିଜ ନାବାଳକ ପୁଅ ସହ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଆପତ୍ତିଜନକ ଭିଡିଓ ଉପରେ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ମହିଳାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇଛନ୍ତି।

ଦିଲ୍ଲୀ ମହିଳା କମିଶନ କହିଛନ୍ତି ଯେ ଏହିପରି ଭିଡିଓ ପ୍ରସ୍ତୁତ କରି ପିଲାଙ୍କୁ କେବଳ ଭୁଲ ଶିକ୍ଷା ଦିଆଯାଉ ନାହିଁ, ବରଂ ମା ଏବଂ ପୁଅ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ମଧ୍ୟ କଳଙ୍କିତ ହେଉଛି। ମହିଳା ଆୟୋଗ କହିଛନ୍ତି ଯେ ଭବିଷ୍ୟତରେ ଏପରି ପୁଅ କିପରି ଅନ୍ୟ ଯୁବତୀ ଓ ମହିଳାମାନଙ୍କ ବିଷୟରେ କିଭଳି ଚିନ୍ତା କରିବ ? ପିଲା ମାନସିକ ସ୍ତରରେ ଅସୁସ୍ଥ ହୋଇପାରେ।

ନାବାଳକ ପୁଅ ସହ କିପରି ଅଶ୍ଳୀଳ ଗୀତରେ ଡ୍ୟାନ୍ସ ଓ ଅଭିନୟ କରାଯାଉଛି ତାହା ଭାଇରାଲ ଭିଡିଓରେ ନଜର ଆସିଛି। ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଭିଡିଓକୁ ସୋସିଆଲ ମିଡିଆରେ ଉତ୍ତେଜନା ପରେ ଡିଲିଟ କରାଯାଇଛି। ଏହି ଭିଡିଓ ତିଆରି କରିଥିବା ମହିଳାଙ୍କ ଇନଷ୍ଟାଗ୍ରାମରେ ୧ ଲକ୍ଷ ୬୦ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି।

{"id":483363,"sizeSlug":"large","linkDestination":"none"}

ଦିଲ୍ଲୀ ମହିଳା ଆୟୋଗ ନିଜ ନୋଟିସ ମାଧ୍ୟମରେ ମହିଳାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହା ସହିତ କମିଶନ ନୋଟିସରେ ଶିଶୁର କାଉନସିଲିଂ ଏବଂ ପୁନର୍ବାସ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। କମିଶନ କହିଛନ୍ତି ଯେ ପିଲାକୁ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝାଇବା ଏବଂ ଭଲ ପରାମର୍ଶ ଦେବା ଆବଶ୍ୟକ।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲିୱାଲ କହିଛନ୍ତି ଯେ ସୋସିଆଲ ମିଡିଆ କଳା ପ୍ରଦର୍ଶନ ପାଇଁ ଏକ ଭଲ ପ୍ଲାଟଫର୍ମ ଦେଇଥିବାବେଳେ ଅନ୍ୟପକ୍ଷରେ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଆଜିକାଲି କିଛି ଲୋକ ଲଜ୍ଜାର ସବୁ ସୀମା ଅତିକ୍ରମ କରିଛନ୍ତି। ଯେଉଁଠାରେ ୧୦-୧୨ ବର୍ଷର ଶିଶୁକୁ ଏକ ଭଲ ଶିକ୍ଷା ଦିଆଯିବା ଆବଶ୍ୟକ, ତାଙ୍କ ନିଜ ମା ତାଙ୍କ ସହିତ ଏପରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଛନ୍ତି।

ଦିଲ୍ଲୀ ପୋଲିସକୁ କମିଶନ ନୋଟିସ ଜାରି କରିଛନ୍ତି। ଏହି ସମସ୍ତ ଭିଡିଓକୁ ଯଥାଶୀଘ୍ର ସୋସିଆଲ ମିଡିଆରୁ ଡିଲିଟ କରିବାକୁ କମିଶନ ପୋଲିସକୁ କହିଛନ୍ତି। ମାଲିୱାଲ କହିଛନ୍ତି ଯେ ତାଙ୍କ ସଂଗଠନ ନିଶ୍ଚିତ ଭାବରେ ଏକ ମହିଳା ଆୟୋଗ କିନ୍ତୁ ସେ ମହିଳାଙ୍କ ଭୁଲକୁ ସମର୍ଥନ କରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.