ଶାଶୁ କରୁଥିଲେ ହଇରାଣ : ପ୍ରଥମେ ପୁଅକୁ ମାରି ନିଜେ କଲେ ଆତ୍ମହତ୍ୟା

Published By : Prameya-News7 Bureau | December 24, 2018 IST

ପୁଣେ ୨୪/୧୨: ପୁଣେରୁ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଜଣେ ୨୨ବର୍ଷର ବୋହୂ ଶାଶୁଙ୍କ ଅତ୍ୟାଚାର ସହି ନ ପାରି ନିଜ ୨ବର୍ଷର ପୁଅକୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ବାମୀ ଜଣେ ପୋଲିସ୍ କନଷ୍ଟେବଲ୍। ସୁଇସାଇଡ ନୋଟରେ ତାଙ୍କ ଆତ୍ମହତ୍ୟା ପାଇଁ ଶାଶୁ ଦାୟୀ ବୋଲି ସେ ଲେଖିଛନ୍ତି। ଯୈାତୁକ ପାଇଁ ବାରମ୍ବାର ଅତ୍ୟାଚାର କରୁଥିବା ଶାଶୁକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପୁଣେର ହଡପସର ଅଞ୍ଚଳରେ ୨୨ବର୍ଷର ଜାହ୍ନବୀ କାମ୍ବଲେ ତାଙ୍କ ୨ବର୍ଷର ପୁଅ ଶିବାଙ୍ଗକୁ ହତ୍ୟା କରିବା ପରେ ତାଙ୍କ ବେଡରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଇସାଇଡ ନୋଟରେ ସେ ଲେଖିଛନ୍ତି ଯେ ‘ଅମିତ ତୁମେ ମୋତେ ବହୁତ ଭଲ ପାଅ କିନ୍ତୁ ତୁମେ ମୋତେ ବେଶୀ ସମୟ ଦେଇ ପାରୁ ନାହଁ । ମୋ ଶାଶୁ ବୋତେ ଯୈାତୁକ ପାଇଁ ନିର୍ଯ୍ୟାତନା ଦେଉଛନ୍ତି। ’ ରବିବାର ସକାଳେ ବେଡରୁମରେ ଦୁଇଜଣଙ୍କ ଶବ ମିଳିଥିଲା। ଜାହ୍ବବୀଙ୍କ ବାପା ଶାଶୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାହ୍ବବୀ ଗତକାଲି ରାତିରେ ବାପାଙ୍କୁ ଫୋନ୍ କରି ଶାଶୁ ଘରେ ହେଉଥିବା ଅତ୍ୟାଚାର ବିଷୟରେ କହିଥିଲେ।

ପୋଲିସକୁ ସୁଇସାଇଡ ନୋଟ୍ ମିଳିବା ପରେ ଶାଶୁ ସୁଜାତା କାମ୍ବଲେଙ୍କୁ ଗିରଫ କରାଯାଇଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଜାହ୍ବବୀଙ୍କ ବାପା ଏବଂ ଶ୍ବଶୁର ଦୁଇ ଜଣ ମହାରାଷ୍ଟ୍ର ପୋଲିସରେ କନଷ୍ଟେବଲ୍ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.