ମା’କୁ ପିଟିପିଟି ହତ୍ୟାକଲା ପୁଅ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
14/06/2020 at 1:54 PM

ତରଭା ୧୪।୬: ମା’କୁ ପିଟିପିଟି ହତ୍ୟାକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ । ନିଜ ଜନ୍ମକଲା ମା’କୁ ପିଟିପିଟି ମାରିଦେଇଛି ପୁଅ ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତର ଖଇରମାଲ ଗ୍ରାମର ୬୨ ବର୍ଷ ବୟସ୍କା ସତ୍ୟ ଭୋଇଙ୍କୁ ନିଜର ୨୮ ବର୍ଷ ବୟସ୍କ ପୁଅ ଗଣେଶ କାଠ ଫାଳିଆରେ ପିଟିବାକୁ ଲାଗିଥିଲେ । ପ୍ରବଳ ରକ୍ତଶ୍ରାବ ହେବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଅଭିଯୁକ୍ତ ଗଣେଶ ମାସସିକ ଭାରସାମ୍ୟ ହରାଇଥିବା କୁହାଯାଉଛି ।
Related Posts
ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ
4 March 2021