ପୁଅର ଗିରଫକୁ ସହି ପାରିଲାନି ମା', ପୋଲିସ୍‌ ବାନ୍ଧିବା ପରେ ହଠାତ୍‌...

Published By : Prameya-News7 Bureau | October 21, 2021 IST

କେନ୍ଦ୍ରାପଡା, ୨୧/୧୦: କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ସାହୁପଡା ପ୍ରଟ୍ରେଲ ପମ୍ପରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣାରେ ନାବାଳକ ଓ ତାର ବାପାକୁ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ପରେ ସରପଞ୍ଚଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କେନ୍ଦ୍ରାପଡା ପୋଲିସ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୁଜିତ୍ ବିଶ୍ବାଳକୁ ପୋଲିସ ଗିରଫ କଲା ପରେ ମହାକାଳପଡା ବ୍ଲକ ବିଜୟନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । 

ପୁଅ ସୁଜିତ୍‌ ବିଶ୍ବାଳ (୨୩)ର ଗିରଫ ଖବର ଶୁଣିବା ପରେ ମାଆ ଅନ୍ନପୂର୍ଣ୍ଣା ବିଶ୍ବାଳ (୪୩)ଙ୍କ ହୃଦ୍‌ଘାତରେ ପ୍ରାଣ ଚାଲିଯାଇଛି । ଗିରଫ ଖବର ଶୁଣି ଅନ୍ନପୂର୍ଣ୍ଣା ହଠାତ ଛାତିରେ କଷ୍ଟ ଅନୁଭବ କରି ସଂଜ୍ଞ୍ୟାହୀନ ହୋବା ପରେ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ନପୂର୍ଣ୍ଣାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର ଘୋଷଣା କରିଥିଲେ । 

ସୁଜିତ ବାପା ମାଆଙ୍କର ଏକମାତ୍ର ପୁଅ ହୋଇଥିବାରୁ ମାଆଙ୍କର ଶବ ସତ୍କାର ପାଇଁ ପରମ୍ପରା ଅନୁଯାୟୀ ମୁଖାଗ୍ନି ଦେବାକୁ ପୋଲିସ୍‌କୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ପୁଅର ଗିରଫରେ ମାର ମୃତ୍ୟୁ ଖବର ପ୍ରଚାର ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.