Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ମା ସ୍ନେହଁରେ ବିଚ୍ଛେଦ ନାହିଁ : ତିନି ଦିନ ହେଲା ମଲାଛୁଆ କୋଳରୁ କାଢୁନି ମା’ ମାଙ୍କଡ଼

30/07/2020 at 1:47 PM

କେନ୍ଦୁଝର ୩୦।୦୭: ସବୁଦିନ ପାଇଁ ଆଖିବୁଜିଛି ମାଙ୍କଡ଼ ଛୁଆଟି । ହେଲେ ମା’ର ବିଶ୍ୱାସ ହେଉନି । ୩ ଦିନ ହେଲା କୋଳରେ ଧରି କେନ୍ଦୁଝର, ବାଂଶପାଳ ଅଞ୍ଚଳରେ ବୁଲୁଛି ମା’ ମାଙ୍କଡ଼ । ଯେ କେହିବି ଏ ଦୃଶ୍ୟ ଦେଖୁଛି ଆଖି ଛଳଛଳ କରିପକାଉଛି । କେହି କେହି ବି କହୁଛନ୍ତି, ମଣିଷ ରାସ୍ତାକଡ଼ ଅଳିଆ ଗଦାରେ ନିଜ ଜନ୍ମ କଲା ସନ୍ତାନକୁ ଫୋପାଡ଼ି ଦେଉଥିବାବେଳେ ମା’ମାଙ୍କଡ଼ଟି କେତେ ଉଦାର ।

ବାଂଶପାଳ ବ୍ଲକ୍‌ ଅଞ୍ଚଳରେ ୩ଦିନ ହେଲା ଏହି ମାଙ୍କଡ଼ ତା କୋଳରେ ମୃତ ଶାବକକୁ ଧରି ବୁଲୁଛି । ରାସ୍ତା ଉପରେ, ଦୋକାନ ସାମନାରେ ଘୂରି ବୁଲୁଥିବା ମାଙ୍କଡ଼ ପାଖରୁ ମୃତ ଶାବକକୁ ଛଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ କେହି ତା କୋଳରୁ ମୃତ ଶାବକକୁ ଛଡ଼ାଇ ପାରୁନାହାନ୍ତି । ଯେଉଁଠାରେ ବସୁଛି ଆଖିରୁ ଧାର ଧାର ଲୁହ ଗଡ଼ାଉଛି । ବୁଧବାର ମଧ୍ୟାହ୍ନରେ ବାଂଶପାଳ ବ୍ଲକ ନିକଟସ୍ଥ ରାସ୍ତା କଡ଼ରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଶୁଣିବାକୁ ମିଳୁଛି କୌଣସି ଗାଡି ଧକ୍କାରେ ମାଙ୍କଡ଼ ଛୁଆଟି ମରିଗଲା ପରେ ମା’ମାଙ୍କଡ଼ଟି ତା କୋଳରେ ଧରି ବୁଲୁଛି । ଦେଖଣାହାରୀ ଏହି ଦୃଶ୍ୟ ଦେଖି ଶୋକାତୁର ହୋଇପଡୁଥିବାବେଳେ ପାଟିରୁ ଆହା ପଦେ ବାହାରୁଛି ।

   Related Posts