Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୃତ ପୁଅର ପ୍ରେମିକାଙ୍କ କନ୍ୟାଦାନ କଲେ ମାଆ : ସିନେମା ନୁହେଁ ସତ ଘଟଣା

8/12/2019 at 3:25 PM

ମିରଟ ୮/୧୨: ଏକ ଏପରି କାହାଣୀ ଯାହା ଫିଲ୍ମରେ ନୁହେଁ ବରଂ ବାସ୍ତବିକ ଜୀବନରେ ଘଟିଛି। ଏହାର ସମସ୍ତ  ଅଧ୍ୟାୟ ମାର୍ମିକ। ପ୍ରତିଟି ଚରିତ୍ର ବିଚିତ୍ର। ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହରାଇ ପ୍ରେମିକଙ୍କ ମାଆଙ୍କ ପାଖକୁ ଚାଲିଯାଇଛନ୍ତି। ଯୁବକ ଜଣକ ଅନର କିଲିଙ୍ଗର ଶିକାର ହୋଇଥିଲେ। ଯୁବକଙ୍କ ମାଆ ତାଙ୍କ ପ୍ରେମିକାଙ୍କୁ ନିଜ ଝିଅ କରି କନ୍ୟାଦାନ କରିଥିଲେ। ନିଜେ ଦୁଃଖର ସାଗରରେ ଭାସି ଯାଇଥିଲେ କିନ୍ତୁ ଶାଲୁଙ୍କ ଜୀବନରେ ଖୁସି ଭରି ଦେଇଥିଲେ।

ପିଲାଦିନୁ ତାଙ୍କ ବାପା ଚାଲିଯାଇଥିଲେ। ମାଆ ସଂଘର୍ଷ କରି ଗୋଟିଏ ମାତ୍ର ପୁଅଙ୍କୁ ପାଳିଥିଲେ। ନିଜ ଭାଗ ତାଙ୍କ ପୁଅଙ୍କୁ ଖାଇବାକୁ ଦେଉଥିଲେ। ପୁଅ କିନ୍ତୁ ମା’ଙ୍କ ସଂଘର୍ଷକୁ ବୁଝି ପାରିଥିଲେ। ବଡ଼ ହେବା ପରେ ସେ ତାଙ୍କ ମାଆଙ୍କ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ କିନ୍ତୁ କିଛି ପୂରଣ କରି ପାରିନଥିଲେ। ସାହାଯ୍ୟ ପାଇବା ବୟସରେ ଏକୁଟିଆ ହୋଇ ଯାଇଥିଲେ। ତାଙ୍କ ଭଳି ଆଉ ଜଣେ ବ୍ୟକ୍ତି ମଧ୍ୟ ଅସହାୟ ହୋଇ ଯାଇଥିଲେ।

ସଞ୍ଜୀବଙ୍କ ପ୍ରେମିକା ତାଙ୍କ ମୃତ୍ୟୁ ପରେ ବଞ୍ଚିବା ଭୁଲି ଯାଇଥିଲେ। ଜଣେ ସଞ୍ଜୀବଙ୍କୁ ଜନ୍ମ ଦେଇଥିବାବେଳେ ଜଣେ ସଞ୍ଜୀବଙ୍କୁ ବହୁତ ଭଲ ପାଇଥିଲେ। ଦୁହେଁ ଏକାଠି ଜୀଇଁବା-ମରିବାର ସ୍ବପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଥିଲା। ଯୁବତୀଙ୍କ ଘର ଲୋକେ ସଞ୍ଜୀବଙ୍କ ହତ୍ୟା କରି ଦେଇଥିଲେ।

ସାଲୁ(ଛଦ୍ମନାମ)ଙ୍କ ଖୁସି ଉଜୁଡ଼ିଯାଇଥିଲା କିନ୍ତୁ ତଥାପି ସେ ସଞ୍ଜିବଙ୍କ ମାଆଙ୍କ ପାଖକୁ ଚାଲି ଯାଇଥିଲେ। କିନ୍ତୁ ସଞ୍ଜିବଙ୍କ ମାଆ ସାଲୁଙ୍କ ଜୀବନ ବରବାଦ ହେବାକୁ ଦେଇନଥିଲେ। ସେ ତାଙ୍କୁ ନିଜ ଝିଅ ଭଳି ଗ୍ରହଣ କରି ତାଙ୍କ କନ୍ୟାଦାନ କରିଥିଲେ। ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସାଲୁଙ୍କ ବିବାହ କରାଇ ଦେଇଥିଲେ।

ଜଙ୍ଘେଡ଼ି,ମନାଓ୍ବା ବାସିନ୍ଦା ବିରମବତୀ ସମାଜ ପାଇଁ ଜଣେ ଉଦାହରଣ ଅଟେ। ୨୩ବର୍ଷ ବୟସ୍କ ଏକମାତ୍ର ପୁଅଙ୍କୁ ଅନର କିଲିଂରେ ହରାଇବା ସତ୍ବେ ସେ ତାଙ୍କ ପ୍ରେମକୁ ନୂଆ ଜୀବନ ଦେଇଥିଲେ। ସାଲୁ ମଧ୍ୟ ଘର ଲୋକଙ୍କ ସହ ଝଗଡ଼ା କରି ତାଙ୍କ ସହ ରହିଥିଲେ। ଚଳିତ ବର୍ଷ ଜୁଲାଇ ୬ତାରିଖରେ ବିରମବତୀ ତାଙ୍କ ସମ୍ପର୍କୀୟଙ୍କ ସହ ସାଲୁଙ୍କ ବିବାହ ଦେଇ ଦେଇଥିଲେ। ସେ ଏବେ ପ୍ରାୟ ସବୁବେଳେ ବେମାର ରହୁଛନ୍ତି। ସେ ସରକାରଙ୍କଠୁ ସାହାଯ୍ୟ ଚାହିଁଛନ୍ତି ଯାହା ଦ୍ବାରା ସେ ନିଜ ପୁଅଙ୍କୁ ନ୍ୟାୟ ଦେବେ।

   Related Posts